ଭଙ୍ଗା ଯାଇନି କି ତଡା ଯାଇନି ହେଲେ ଏଟିଏମରୁ ଗାଏବ ହୋଇଗଲା ୨୦ଲକ୍ଷ ଟଙ୍କା, ତଦନ୍ତ ଆରମ୍ଭ
9/08/2019 at 1:16 PM

ଭଦ୍ରକ ୯|୮: ଏଟିଏମରୁ ଗାଏବ ହୋଇଗଲା ଟଙ୍କା । ଏଟିଏମ୍ ଭଙ୍ଗା ଯାଇନି କି ତଡା ଯାଇନି ହେଲେ ଏଟିଏମରୁ ଗାଏବ ହୋଇଯାଇଛି ଲକ୍ଷାଧିକ ଟଙ୍କା । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବେତଡା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମରୁ ୨୦ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏ ନେଇ ସୂଚନା ପାଇବା ପରେ ବାସୁଦେବପୁର ଥାନାରେ ମାମଲା ରୁଜୁ କରିଛନ୍ତି । ମାମଲା ରୁଜୁ ପରେ ବାସୁଦେବପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବାସୁଦେବପୁର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଏଟିଏମ ପାଖରେ ଥିବା ଏକ ଦୋକାନରେ ଲାଗିଥିବା ସିସିଟିଭିର ଫୁଟେଜର ମଧ୍ୟ ଯାଞ୍ଚ କରୁଛି ପୋଲିସ । ତେବେ ଏଟିଏମ ଭଙ୍ଗା ଯାଇନଥିବା ଏବଂ ତଡା ଯାଇନଥିବା ବେଳେ କିଭଳି ଏଟିଏମରୁ ଏତେ ଟଙ୍କା ଗାଏବ ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ।