Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୨୦ ଲକ୍ଷ ପକ୍କା ଘର ବାଣ୍ଟିବାକୁ ସରକାରଙ୍କ ଯୋଜନା: ମାର୍ଚ୍ଚରୁ ୫ ଘରର ଓ୍ବାର୍କଅର୍ଡର ବଣ୍ଟା…

8/02/2020 at 10:10 PM

ଭୁବନେଶ୍ବର୮/୧: ପୁଣି ଆବାସ ବିବାଦ । ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ୨୦ ଲକ୍ଷ ପକ୍କା ଘର ବାଣ୍ଟିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୫ରୁ ଆରମ୍ଭ ହେବ ଘରର କାର୍ଯ୍ୟାଦେଶ ବଣ୍ଟା । ୩ ବର୍ଷରେ ଘର କାମ ସାରିବାକୁ ଯୋଜନା କରିଛନ୍ତି ସରକାର । ହଲେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ବିରୋଧୀଙ୍କ ଯୁକ୍ତି ,ଆବାସ ଯୋଜନାରେ ରାଜ୍ୟରେ ୧୪ ଲକ୍ଷ ଅଯୋଗ୍ୟ ହିତାଧୀକାରୀ ଧରାପଡ଼ିଛନ୍ତି । ସରକାର ଯେଉଁ କେନ୍ଦ୍ର ଯୋଜନାକୁ ନିଜର କହି ବାହା ବାହା ନେବାକୁ ଆରମ୍ଭ କରିଛନ୍ତି , ତାହା କରିବାକୁ ଦିଆଯିବନି । ସେପଟେ ଯୋଜନାର ସଫଳତା ପାଇଁ କେନ୍ଦ୍ରରୁ ପୁରଷ୍କୃତ ହୋଇଥିବା କଥା କହି ଜବାବ ରଖିଛି ବିଜେଡି।

ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ୨୦ ଲକ୍ଷ ପକ୍କା ଘର ବାଣ୍ଟିବେ । ବିଜୁ ଜୟନ୍ତୀରୁ ଘର ବାଣ୍ଟିବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ୩୦ଟି ଜିଲ୍ଲାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବ। ମନ୍ତ୍ରୀମାନେ ସେଦିନ ବିଭିନ୍ନ ଜିଲ୍ଲା ଗସ୍ତକରି ଏକ ସ୍ବତନ୍ତ୍ର ଉତ୍ସବରେ ବିଜୁ ପକ୍କାଘର କାର୍ଯ୍ୟାଦେଶ ବାଣ୍ଟିବେ । ସରକାର ବାଣ୍ଟିବେ କିନ୍ତୁ ବିଜୁ ଜୟନ୍ତିରୁ ବଣ୍ଟାଗଲା ବୋଲି ବାର୍ତ୍ତା ଯିବ । ଯେହେତୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆବାସ ଲାଗି କାର୍ଯ୍ୟାଦେଶ ଦେବା ଆରମ୍ଭ ହେବ ସେଥିପାଇଁ ଆଗୁଆ ମୁଖ୍ୟମନ୍ତ୍ରୀ ବୈଠକ ଡାକି ଆଲୋଚନା ସାରିଛନ୍ତି । ରାଜ୍ୟର ସବୁ ପଞ୍ଚାୟରେ ଥିବା କଚା ଘରକୁ ୩ ବର୍ଷ ମଧ୍ୟରେ ପକ୍କା ଘରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଆଗକୁ ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ ସରକାର ଘର ବାଣ୍ଟି ଲୋକଙ୍କ ନିକଟତର ହେବେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସରକାର ବାଣ୍ଟିବାକୁ ଥିବା ଘର କେଉଁ ଯୋଜନାର। ଏହା କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଘର ନା ବିଜୁ ପକ୍କାଘର ଯୋଜନାର ଘର । ବିଜେପି କହିଛି ଅନ୍ୟ ରାଜ୍ୟମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟି କାମ ଆରମ୍ଭ କଲେଣି। ଓଡିଶାରେ ତାହା ହୋଇପାରିନି । ଆବାସ ତାଲିକାରେ ଜାଲିଆତି ଯୋଗୁଁ ୧୪ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

ସରକାର କେନ୍ଦ୍ରର ଆବାସ ଯୋଜନାକୁ ଯଦି ନିଜ ଯୋଜନା କହି ନିଜ ଦଳୀୟ ଲୋକଙ୍କୁ ବାଣ୍ଟିବାକୁ ଚେଷ୍ଟା କରନ୍ତି ତେବେ ରାଜନୈତିକ ଲଢେଇ ହେବ । ଆଉ କଂଗ୍ରେସ କହିଛି ରାଜ୍ୟରେ ଆବାସ ଯୋଜନା କେଳେଙ୍କାରୀ ଯୋଜନା ହୋଇସାରିଛି। ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି କହିଛି ଯୋଜନା ଭଲ କାମ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମ୍ମାନୀତ କରିଛନ୍ତି । ମାର୍ଚ୍ଚ ୫ ତାରିଖରୁ ଘର ବଣ୍ଟା ହେବ । ହେଲେ ତା ପୂର୍ବରୁ ଆରମ୍ଭ ହୋଇଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ରୋଚକ ମୋଡ ନେବାକୁ ଯାଉଛି ।

   Related Posts