ଟାଟା ଏସିଇ ଗାଡି ଓଲଟି ୨୦ମହିଳା ଶ୍ରମିକ ଆହତ, ଧାନରୁଆ ପାଇଁ ଯାଉଥିବା ବେଳେ ଦୁର୍ଘଟଣା

Published By : Prameya-News7 Bureau | July 21, 2021 IST

ସାନଖେମୁଣ୍ଡି ୨୧।୭: ଟାଟା ଏସିଇ ଗାଡି ଓଲଟି ୨୦ ମହିଳା ଶ୍ରମିକ ଆହତ । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତର ଗୋପୀନାଥପୁର ଛକ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ଧାନରୁଆ ପାଇଁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ଯାଉଥିବା ଏକ ଟାଟା ଏସିଇ ଗାଡି ଓଲଟି ପଡିବା ଫଳରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜରଡ଼ା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା ।  ପ୍ରାଥମିକ ଚିକିତ୍ସା ପରେ କୁମାରୀ ପ୍ରଧାନ, କୁରୀ ପ୍ରଧାନ ଓ ରୂପା ପ୍ରଧାନ ଆଦି ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିବା ବେଳେ ଅନ୍ୟ କିଛି ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଛି ।  ଯୁବନେତା ସଚିନ ପ୍ରଧାନ, ଆଲୋକ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ସରପଞ୍ଚ ପ୍ରସନ୍ନ ପ୍ରଧାନ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୀନକେତନ ବେହେରା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ପାତ୍ରପୁର ଓ ବ୍ରହ୍ମପୁର ପଠାଇଥିଲେ । ପ୍ରକାଶ ଥାଉକି ଗତ ଏକ ସପ୍ତାହ ମଧ୍ୟରେ ଏହା ଦ୍ଵିତୀୟ ଘଟଣା । ଗତ ୧୪ ତାରିଖରେ ଘର ଛାତ ପକାଇବା ପରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସିଇ ଗାଡି ପାତ୍ରପୁର ବ୍ଲକର ତାଳପଡା ନିକଟରେ ଓଲଟି ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.