Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସାରା ବିଶ୍ୱକୁ ବିପଦ- ଆଣ୍ଟାର୍ଟିକା ହିମ ଖଣ୍ଡରେ ୨୦ କିଲୋମିଟର ଫାଟ

24/10/2019 at 4:07 PM

ନୂଆଦିଲ୍ଲୀ୨୪|୧୦: ତରଳୁଛି  ଆଣ୍ଟାର୍ଟିକାର ହିମଖଣ୍ଡ । ଏଥିରେ ଦୁଇଟି ବଡ଼ ଫାଟ ଦେଖା ଦେଇଛି ।  ଯାହା ବୈଜ୍ଞାନିକଙ୍କ ଚିନ୍ତାର କାରଣ ହୋଇଛି। ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି କୋର୍ପିନିକ୍ସ ସେଣ୍ଟିନଲ ମାଧ୍ୟମରେ ହିମଖଣ୍ଡରେ ହୋଇଥିବା ଫାଟର ଚିତ୍ର ଉତ୍ତୋଳନ କରାଯାଇଛି। ପଶ୍ଚିମ ଆଣ୍ଟାର୍ଟିକା ବରଫ ପର୍ବତରେ ଦୁଇଟି ବଡ଼ ଫାଟ ସ୍ପଷ୍ଟ ଭାବେ ଦେଖାଯାଉଛି। ସୂଚନା ମୁତାବକ ଏହି ବରଫ ଫାଟର ଲମ୍ବା ପ୍ରାୟ ୨୦ କିଲୋମିଟର ହେବ।

ସୂଚନାଯୋଗ୍ୟ ଯେ ଆଣ୍ଟାର୍ଟିକାର ପାଇନ୍ ଦ୍ବୀପ ଗ୍ଲେସିୟର ୨୦ କିଲୋମିଟର ଫାଟ ଦେଖାଯାଇଛି। ପଶ୍ଚିମ ଆଣ୍ଟାର୍ଟିକାର ଥିବା ବରଫ ଚାଦରରେ ଏହି ଦୃଶ୍ୟ ରହିଛି।

ବୈଜ୍ଞାନିକଙ୍କ ମତ ଅନୁସାରେ ଏହି ବରଫରେ ସୃଷ୍ଟି ହୋଇଥିବା ଫାଟ୍‌ ନୂଆ ହିମଖଣ୍ଡରେ ପରିଣତ ହୋଇପାରେ। ପାଇନ ଦ୍ବୀପର ଗ୍ଲେସିୟରରେ ପ୍ରତିଦିନ ୧୦ ମିଟରରୁ ଅଧିକ ବରଫ ତରଳୁଛି । ଏହା ହିମ ସାଗର ମଧ୍ୟରେ ଦ୍ରୁତଗତିରେ ଆଗକୁ ବଢ଼ୁଛି । ଏହାର ପରିଣାପ ସ୍ବରୂପ ୧୯୯୨, ୧୯୯୫, ୨୦୦୧, ୨୦୦୭, ୨୦୧୩,୨୦୧୫, ୨୦୧୭ ଓ ୨୦୧୮ ମସିହାଠାରୁ ଅଧିକ ବିପଦ ସୃଷ୍ଟି କରିପାରେ।

ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସିର ସୂଚନା ଅନୁସାରେ ବିନା କୌଣସି କାରଣରୁ ଏଭଳି ବଡ଼ ଫାଟ ଏବଂ ନୂଆ ହିମଖଣ୍ଡ ସୃଷ୍ଟି ହୋଇ ନଥାଏ। ହିମଖଣ୍ଡର ଏକ ବଡ଼ ଅଂଶ ତରଳି ଯିବାର ସମ୍ଭାବନା ରହିଛି। ପୂର୍ବରୁ ଏଭଳି ଘଟିଥିବାର ନଜୀର ରହିଛି। ଯାହା ଦ୍ବାରା ବ୍ୟାପକ କ୍ଷତି ଘଟିଛି। ତାପମାତ୍ରା କାରଣରୁ ଏଭଳି ଦେଖାଯାଇଥିବା କଥା ବୈଜ୍ଞାନିକମାନେ କହିଛନ୍ତି।  ଲଗାତର ଭାବେ ବରଫ ତରଳିବାର କାରଣ ଦୀର୍ଘଦନ ଧରି ପ୍ରଦୂଷଣ ଯୁକ୍ତ ପଦାର୍ଥ ବରଫ ପୋତି ହୋଇ ରହିଛି। ଯେଉଁଥିପାଇଁ  ଗତ କିଛି ଦିନ ମଧ୍ୟରେ ଗ୍ରୀନଲ୍ୟାଣ୍ଡର ୪୦ ପ୍ରତିଶତରୁ ଅଧିକ ବରଫ ତରଳି ଯିବାର ରେକର୍ଡ କରାଯାଇଛି। ପାଖାପାଖି ୨ ଗୀଗାଟନ ବରଫରୁ ଅଧିକ ତରଳି ଯାଇଥିବାର ସୂଚନା ମିଳିଛି ।

   Related Posts