କ୍ୟାଟ୍ରିନା ଲଗାଇଛନ୍ତି ଖାସ୍ ଅର୍ଗାନିକ୍ ସୋଜତ ମେହେନ୍ଦି: ଅର୍ଡର କରାଯାଇଥିଲା ୨୦ କିଲୋ

Published By : Prameya-News7 Bureau | December 08, 2021 IST

ମୁମ୍ବାଇ ୦୮/୧୨ : କ୍ୟାଟ୍ରିନା କୈଫ ଭିକ୍କି କୌଶଲଙ୍କ ବିବାହ କାର୍ଯ୍ୟକ୍ରମ ମେହେନ୍ଦି କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଛି। କ୍ୟାଟ୍ରିନା କୈଫ ନିଜ ହାତରେ ରାଜସ୍ଥାନର ସୋଜତ ମେହେନ୍ଦି ଲଗାଇଛନ୍ତି। କ୍ୟାଟ୍ରିନା ମଙ୍ଗଳବାର ଦିନ କ୍ୟାଟ୍ରିନାଙ୍କ ମେହେନ୍ଦି କାର୍ଯ୍ୟକ୍ରମ ଥିଲା। ପାଲି ଜିଲ୍ଲାର ସୋଜତରୁ ଅଣାଯାଇଥିଲା ସ୍ୱତନ୍ତ୍ର ଅର୍ଗାନିକ ମେହେନ୍ଦି। ନିଜର ଖାସ ଗୁଣ ପାଇଁ ସୋଜତ ମେହେନ୍ଦି ସାରା ଦେଶରେ ଜଣାଶୁଣା। କ୍ୟାଟ୍ରିନା କୈଫଙ୍କ ବିବାହ ପାଇଁ ସୋଜାତରୁ ୨୦ କିଲୋଗ୍ରାମ ମେହେନ୍ଦି ପାଉଡର ଏବଂ ୪୦୦ କୋନ ସୋଜତ ଅର୍ଡର କରାଯାଇଥିଲା।

ବାହାଘର ପାଇଁ ମାସେ ପୂର୍ବରୁ ସୋଜତର ଜଣେ ମେହେନ୍ଦି ବ୍ୟବସାୟୀ ନୀତେଶ ଅଗ୍ରୱାଲଙ୍କୁ ମେହେନ୍ଦି ଅର୍ଡର କରାଯାଇଥିଲା। କ୍ୟାଟ୍ରିନା ଓ ଅତିଥିଙ୍କ ପାଇଁ ୨୦ ଦିନରେ ସ୍ୱତନ୍ତ୍ର ଅର୍ଗାନିକ ମେହେନ୍ଦି ପ୍ରସ୍ତୁତ କରାଯାଇଥିଲା। ଏହି ମେହେନ୍ଦିରେ କୌଣସି କେମିକାଲ ପ୍ରୟୋଗ କରାଯାଇନାହିଁ। ଏହାକୁ ଟ୍ରିପଲ ଫିଲ୍ଟର କରାଯାଇଛି। 

{"id":556424,"width":747,"height":504,"sizeSlug":"full","linkDestination":"none"}

ବ୍ୟବସାୟୀ ନୀତେଶ ଅଗ୍ରୱାଲ କିଛି ଦିନ ଆଗରୁ କହିଥିଲେ ଯେ ସେ ମେହେନ୍ଦି ଉପହାର ଦେବେ, ଏଥିପାଇଁ ସେ ଟଙ୍କା ନେବେନି। ମେହେନ୍ଦି ଫଙ୍କସନରେ କ୍ୟାଟ୍ରିନାଙ୍କ ସହ ଅତିଥିମାନେ ମଧ୍ୟ ସୋଜତ ମେହେନ୍ଦି ଲଗାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ବଲିଉଡ ସେଲିବ୍ରିଟି ନିଜ ବାହାଘରରେ ସୋଜତ ମେହେନ୍ଦି ଲଗାଇଛନ୍ତି। ସୋଜତରେ ପ୍ରତି ବର୍ଷ ୨୪ ହଜାର ହେକ୍ଟର ଜମିରେ ମେହେନ୍ଦି ଚାଷ ହୋଇଥାଏ। ବିଦେଶରେ ମଧ୍ୟ ଏହି ମେହେନ୍ଦିର ବହୁତ ଚାହିଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.