ତାଜା ବାଘ ଛାଲ ସହ ୨୦ କେଜି ବାରହା ମାଂସ ଜବତ: ମାଆ-ପୁଅଙ୍କ ସମେତ ୩ ଗିରଫ

Published By : Prameya-News7 Bureau | September 20, 2020 IST

ନୂଆପଡା୨୦/୯: ନୂଆପଡା ବନ ବିଭାଗକୁ ମିଳିଛି ବଡ ସଫଳତା। ବାଘ ଛାଲ ସହ ୨୦ କେଜି ବାରହା ମାଂସ ବିଭିନ୍ନ ଅସ୍ତ୍ରସସ୍ତ୍ର ଜବତ। ଜଣେ ମହିଳା ସମେତ ୩ ଗିରଫ। ସମସ୍ତେ ନୂଆପଡା ରେଞ୍ଜ ଟିପାଝର ଗ୍ରାମର ହୋଇଥିବା ଏସିଏଫ ସୂଚନା ଦେଇଛନ୍ତି ।

{"id":332080,"sizeSlug":"large"}

ନୂଆପଡା ଜିଲ୍ଲାରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାରେ ଲାଗିଛି । ପୂର୍ବରୁ ସିମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଓଡିଶା ବେପାରୀଙ୍କୁ ଗିରଫ କରିଛି। ଗତକାଲି ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫଙ୍କ ସହ ନୂଆପଡା ଓ ଖରିଆର ରୋଡ ରେଞ୍ଜର କର୍ମଚାରୀମାନେ ଧରମବନ୍ଧା ଥାନା ଟିପାଝର ଗାଁର ଜଣକ ଘରେ ରାତି ଅଧିଆ ଚଢାଉ କରିଥିଲେ ।

{"id":332081,"sizeSlug":"large"}

ଯେଉଁଠି ଗୋଟିଏ ତାଜା ବାଘ ଛାଲ, ୨୦ କେଜି ବାରହା ମାଂସ,ବାଘ ମୁଣ୍ଡ,ସାଇ କଣ୍ଟା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଏହାସହ ମାଆ-ପୁଅ ସହ ତିନିଜଣଙ୍କୁ ଗିରଫ କରାଯାଇଛି । ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.