ବସ୍‌କୁ ଧକ୍କା ଦେଲା ବସ୍ : ୨୦ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | January 30, 2020 IST

କୋଣାର୍କ ୩୦।୧:କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭରେ ଟୁରିଷ୍ଟ ବସ୍ କୁ ଧକ୍କାଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ଭିତରେ ଜଣେ ଶିଶୁ ଓ ୨ ଜଣ ମହିଳା ଅଛନ୍ତି । ଆହତମାନଙ୍କୁ ପ୍ରଥମେ କୋଣାର୍କ ମେଡିକାଲ ଓ ପରେ ଗୁରୁତର କିଛି ଯାତ୍ରୀଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ଦିନ ୧୨ଟା ବେଳେ ଦୁର୍ଘଟଣା ଘଟିଛି ।

{"id":217748,"sizeSlug":"large"}

କୋଣାର୍କରୁ ପୁରୀ ଯାଉଥିବା ଟୁରିଷ୍ଟ ବସ୍ ‘ସାଇରାମ’ ପଛରୁ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସ୍ଥାନୀୟ ଲୋକେ ଯାତ୍ରୀବାହୀ ବସ୍‌ ଡ୍ରାଇଭରକୁ ଅଟକ ରଖିଥିଲେ । ପରେ ତାଙ୍କୁ ପୋଲିସ ଜିମା  ଦେଇଛନ୍ତି । ଟୁରିଷ୍ଟ ବସ୍‌ରେ ୪୦ରୁ ୫୦ଜଣ ଯାତ୍ରୀ ଥିବା ଜଣାପଡିଛି । ଯାତ୍ରୀବାହୀ ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ଟୁରିଷ୍ଟ ବସ୍‌ରେ ମାର୍ଶାଘାଇରୁ କିଛି ଲୋକ କୋର୍ଣାକ ବୁଲିବାକୁ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.