Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ ଭଣ୍ଡାରିପୋଖରୀରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୨୦ବଖରା ଘର

15/09/2018 at 9:20 AM

ଭଦ୍ରକ ୧୫|୯: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତ ବଡବନସ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ୪ଟି ପରିବାରର ପ୍ରାୟ ୨୦ ବଖରା ଘର ଜଳିଯାଇଛି । ବିଳମ୍ବିତ ରାତିରେ ଗାଁର ରମେଶ ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା । ଘର ଲୋକ ଉଠିପଡି ପାଟି କରିଥିଲେ । ସଙ୍ଗେ ସଙ୍ଗେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା । ରମେଶଙ୍କ ପଡୋଶୀ ଗୌରାଙ୍ଗ ସାହୁ, ରାଧାଶ୍ୟାମ ସାହୁ ଓ ଦୌପଦୀ ସାହୁଙ୍କ ଘରେ ବି ନିଆଁ ଲାଗି ସବୁ ପୋଡି ପାଉଁଶ ହୋଇଯାଇଥିଲା । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ତେବେ ଗୋରୁ ଗାଈଙ୍କର କିଛି କ୍ଷତି ହୋଇନି । ଖବର ପାଇ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଛି ।

   Related Posts