ବାଲିପାଟଣା ଅଞ୍ଚଳରୁ ୨୦ ଗ୍ରାମର ବ୍ରାଉନ ସୁଗାର ଜବତ

Published By : Prameya-News7 Bureau | June 30, 2020 IST

ବାଲିପାଟଣା୩୦/୬: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ୨୦ ଗ୍ରାମ୍ ବ୍ରାଉନ ସୁଗାର ଜବତ ବାଲିପାଟଣା ପୋଲିସ୍। ବ୍ରାଉନ୍ ସୁଗାର ବେପାରୀ ସେଖ୍ ଅବ୍ଦୁଲ୍ ଅନ୍‌ସାରୀ ଗିରଫ କରିଛି ପୋଲିସ୍ । ଏହା ସହ ଏକ ହୋଣ୍ଡା ଏଭିଏଟର୍ ସ୍କୁଟର ସହ ୨୨୨୩ ଟଙ୍କା ଜବତ କରିଛି ପୋଲିସ୍‌। କୌଣସି ସୂତ୍ରରୁ ଖବର ପାଇ QAT ର ଏକ ଟିମ୍ ଅଠାନ୍ତର ଛକ ନିକଟରେ ବେଙ୍ଗବତୀ ଗ୍ରାମର ସେଖ୍ ଅବ୍ଦୁଲ୍ ଅନ୍ସାରୀକୁ ଧରିଥିଲା । ଚଢାଉରେ ଅନ୍‌ସାରୀ ପାଖରୁ ୨୦ ଗ୍ରାମ୍ ବ୍ରାଉନ୍ ସୁଗାର, ନଗଦ ୨୨୨୩ ଟଙ୍କା ଏବଂ ସ୍କୁଟରକୁ ଜବତ କରିଥିଲା ଟିମ୍ । ଅନ୍‌ସାରୀ ବ୍ରାଉନ୍ ସୁଗାର ବେପାର କରୁଥିବା ପୋଲିସ୍ ଜାଣିବାକୁ ପାଇଥିଲା । ଦୀର୍ଘ ଦିନରୁ ଅନ୍‌ସାରୀ ଉପରେ ନଜର ରଖିଥିଲା ପୋଲିସ୍‌ | ଅନ୍‌ସାରୀକୁ ଗିରଫ କରିଛି ପୋଲିସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.