Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ପ୍ରତିଦିନ ୨୦ ଗ୍ରାମ୍ ଆଲମଣ୍ଡ୍ ଖାଆନ୍ତୁ ଓ କ୍ୟାନସର ଆପଣଙ୍କ ପାଖ ମାଡିବନି

22/07/2020 at 6:17 PM

ଭୁବନେଶ୍ୱର ୨୨/୦୭ : ଡ୍ରାଏ ଫ୍ରୁଟ୍ସ ଶରୀର ପାଇଁ ଅତ୍ୟନ୍ତ ହିତକର | ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଆଲମଣ୍ଡ୍ ର ଅଲଗା ମହତ୍ୱ ରହିଛି | ପ୍ରତିଦିନ ୨୦ ଗ୍ରାମ ଆଲମଣ୍ଡ୍ ଖାଇଲେ ହୃଦୟ ଜନିତ ରୋଗ ସମେତ କ୍ୟାନସରରୁ ମଧ୍ୟ ରକ୍ଷା ପାଇହେବ | ରିସର୍ଚ୍ଚ ଅନୁଯାୟୀ, ପ୍ରତିଦିନ ମୁଠାଏ ଆଲମଣ୍ଡ୍ ଖାଇଲେ ହୃଦଘାତ ଆଶଙ୍କା ୩୦ ପ୍ରତିଶତ କମିଯାଇଥାଏ | ଆଲମଣ୍ଡ୍ ରେ ଫାଇବର, ମ୍ୟାଗନେସିୟମ ଓ ପୋଲିଅନସେଚୟୁରେଟେଡ଼ ୱସାର ମାତ୍ରା ଅଧିକ ଥାଏ | ଏହାର ପୋଷାକ ତତ୍ୱ ହୃଦୟକୁ ସୁସ୍ଥ ରଖିଥାଏ ଏବଂ ରୋଗ କମ କରିବାରେ ସାହାଯ୍ୟ କରିଥାଏ | ଆଲମଣ୍ଡ୍ ଖାଇଲେ କୋଲେଷ୍ଟ୍ରୋଲ ସ୍ଥର ମଧ୍ୟ କମ ହୋଇଥାଏ | ଏକ୍ସପର୍ଟଙ୍କ କହିବାନୁଯାୟୀ, କିଛି ଆଲମଣ୍ଡ୍ ବିଶେଷକରି ଅଖରୋଟରେ ଅଧିକ ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ଥାଏ ଯାହା ଅକ୍ସିଜେନର ଅଭାବ ସହ ଲଢ଼ିଥାଏ ଏବଂ କ୍ୟାନସର ଭୟକୁ କମ କରିଥାଏ |

ରିସର୍ଚ୍ଚରଙ୍କ ଅନୁଯାୟୀ, ଆଲମଣ୍ଡ୍ ରେ ବହୁ ମାତ୍ରାରେ ୱସା ସହ ଫାଇବର ଓ ପ୍ରୋଟିନ ମଧ୍ୟ ଅଧିକ ମାତ୍ରା ରହିଛି | କିଛି ଗବେଷଣାରୁ ଜଣାପଡିଛି ଯେ ଆଲମଣ୍ଡ୍ ସମୟ ସହିତ ମେଦବହୁଳତା (ମୋଟାପା) କମ କରିଥାଏ | ଯେଉଁମାନେ ପ୍ରତିଦିନ ୨୦ ଗ୍ରାମ କିମ୍ବା ତାଠାରୁ ଅଧିକ ଆଲମଣ୍ଡ୍ ଖାଇଥାନ୍ତି ସେମାନଙ୍କ ସ୍ୱାସ୍ଥ୍ୟରେ ଲଗାତାର ସୁଧାର ଦେଖା ଦେଇଥାଏ | 

   Related Posts