ଭୁବନେଶ୍ବର କିଟ୍ ଛକ ନିକଟରୁ ୨୦ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦।୯: ବ୍ରାଉନସୁଗାର ହବ୍ ପାଲଟିଛି ରାଜଧାନୀ । ଆଜି ଗୋଟିଏ ଦିନରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଛି । କିଟ୍ ଛକ ନିକଟରୁ ୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏହି ଘଟଣାରେ ପୋଲିସ ରଞ୍ଜିତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥି ସହ ଗୋଟିଏ ଆକ୍ଟିଭା ଗାଡି ମଧ୍ୟ ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ।

ସେପଟେ ଖଣ୍ଡଗିରି ଅଞ୍ଚଳରୁ ମଧ୍ୟ ୨୫୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଖଣ୍ଡିଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.