୨୦ ଘଣ୍ଟାର ଅସହ୍ୟ ଯନ୍ତ୍ରଣା: ୧୧୦ ଜଣଙ୍କ କାମନାର ଶିକାର ହେଲା ୧୪ ବର୍ଷର ନାବାଳିକା

Published By : Prameya-News7 Bureau | March 17, 2020 IST

ଲଣ୍ଡନ୧୭/୩: ୨୦ ଘଣ୍ଟାରେ ୧୧୦ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି ୧୪ ବର୍ଷର ନାବାଳିକା। ପୋଲିସ୍ ଏବଂ ପ୍ରଶାସନ ତାଗିଦ ସତ୍ତ୍ବେ ସମାଜରେ ନାରୀମାନେ ଆଜି ଅସୁରକ୍ଷିତ। ଦେଶବିଦେଶରେ ସରକାର ନାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ତିଆରି କରୁଛନ୍ତି। ହେଲେ ଦୁନିଆରେ ନାରୀମାନେ ଆଜି ନିର୍ଯାତିତ ଏବଂ ନିଷ୍ପେଶିତ। ୧୪ ବର୍ଷର ଛୋଟ ଝିଅ ସହ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ନାବାଳିକାଙ୍କ ସାଙ୍ଗରେ ଏକାସାଙ୍ଗରେ ୧୧୦ ଜଣ ଦୁଷ୍କର୍ମ କରିଛନ୍ତି। ଯାହା କି କୋମଳବତୀ ଝିଅ କେବେ ସ୍ବପ୍ନରେ ଭାବି ନଥିବେ। ନିକଟରେ ଏକ ସାକ୍ଷାତାକାରରେ ପୀଡ଼ିତା ନିଜ ମୁହଁରେ ସବୁ କଥା କହିଥିଲେ।

ସୂଚନାଯୋଗ୍ୟ ଯେ, ବ୍ରିଟେନର ମେଗନ ଷ୍ଟିଫନସ୍‌ ୧୪ ବର୍ଷ ବୟସରେ ନିଜ ମାଆଙ୍କ ସହ ଗ୍ରୀସ ବୁଲିବାକୁ ଯାଇଥିଲେ। ସେଠାରେ ଜାକ ନାମକ ଯୁବକ ସହ ତାଙ୍କର ଦେଖା ହୋଇଥିଲା। ଉଭୟଙ୍କ ଦେଖା ସାକ୍ଷାତର କିଛି ଦିନ ୨ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପ୍ରେମ ନିଶାରେ ଜାକ ସହ ରହିବା ପାଇଁ ମେଗନ ତାଙ୍କ ମାଆଙ୍କୁ କହିଥିଲେ। କିନ୍ତୁ ସେ ଯାହାକୁ ପ୍ରେମ କରୁଛନ୍ତି, ସେ ଜଣେ ଦେହ ଦଲାଲ ବୋଲି ତାଙ୍କୁ ଜଣା ନଥିଲା।

ମେଗନଙ୍କ କହିବା ଅନୁସାରେ, ତାଙ୍କୁ ଜାକ ନିଜ ଜାଲରେ ଛନ୍ଦି, କିପରି ଦେହ ବ୍ୟବସାୟରେ ଲଗାଇବେ ତାର ଥିଲା ମୁଖ୍ୟ ଉଦେଶ୍ୟ। ଅଭିଯୁକ୍ତ ଜାକ ପୂର୍ବ ଯୋଜନା ମୁତାବକ ମେଗନଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ଡାକିଥିଲା। ଜାକକୁ ବିଶ୍ବାସ କରି ମେଗନ ସେହି ସ୍ଥାନରେ ପହଞ୍ଚିଥିଲେ। ସେଠାରେ ଜାକ ସମେତ ଆଉ ୧୧୦ ଜଣ ଲୋକ ଉପସ୍ଥିତ ଥିଲେ। ସେହି ୧୧୦ ଜଣଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ଜାକ ବାଧ୍ୟ କରିଥିଲା। ମେଗନଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା। ବାଧ୍ୟ ହୋଇ ୧୧୦ ଜଣଙ୍କ ସହ ସେ ଶାରିରୀକ ସଂପର୍କ ରଖିଥିଲେ। ଏହି ୨୦ ଘଣ୍ଟାର ଅସହ୍ୟ ଯନ୍ତ୍ରଣା ପ୍ରତିମୂହୁର୍ତ୍ତରେ ତାଙ୍କ ମନେ ପଡ଼ୁଛି ବୋଲି ମେଗନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.