ଘରେ ପଶିଲା ପାହାଡର ବର୍ଷା ପାଣି ; ପାଣି ଘେରରେ ୨୦ ପରିବାର

Published By : Prameya-News7 Bureau | August 05, 2018 IST

ଘରେ ପଶିଲା ପାହାଡର ବର୍ଷା ପାଣି । ଜଳବନ୍ଦୀ ୨୦ ପରିବାର । ନୀଳଗିରି ଏନଏସି ଅଧୀନ ୨ ନଂ ୱାର୍ଡର ଘାଟଘର ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ପାଣିଘେରରେ ରହି ଦୁଇଟି ଘର ଭାଙ୍ଗିଡିଛି । ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡିବାରୁ ସ୍ବର୍ଣ୍ଣଚୂଡ ପାହାଡର ପାଦ ଦେଶରେ ଥିବା ଏହି ଗାଁର ୨୦ଟି ପରିବାର ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ପଶିଯିବାରୁ ଆସବାପତ୍ର ନଷ୍ଟ ହୋଇଯାଇଛି । ମୁଣ୍ଡଗୁଞ୍ଜିବାକୁ ଜାଗା ନାହିଁ । ଚୁଲି ଭିତରେ ପାଣି ପଶିଯିବାରୁ ଅଖିଆ ଅପିଆରେ ରାତି ବିତାଇଛନ୍ତି । ପୂର୍ବରୁ ଏ ସମସ୍ୟାର ସମାଧାନ ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିଥିଲେ ଗାଁ ଲୋକ । ହେଲେ ଫଳ ଶୂନ । ଗାଁରେ ଉପୁଜିଥିବା ସମସ୍ୟା ପାଇଁ ଲୋକପ୍ରତିନିଧି ଓ ଏନଏସି କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଦାୟୀ କରିଛନ୍ତି । ସେପଟେ ଘାଟଘରସାହିର ସମସ୍ୟା ସମ୍ପର୍କରେ ଏନଏସି ପାଖରେ କୌଣସି ଅଭିଯୋଗ ନଥିବା କହିଛନ୍ତି ଏନଏସି ଅଧ୍ୟକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.