ଜୁଏଲାରୀ ଶୋରୁମର ୨୦କର୍ମଚାରୀ କରୋନା ପଜିଟିଭ : ଏବେ ଗ୍ରାହକଙ୍କୁ ଖୋଜି କରିବାକୁ ପଡ଼ିବ କୋଭିଡ ଟେଷ୍ଟ୍

Published By : Prameya-News7 Bureau | November 19, 2020 IST

ଇନ୍ଦୋର ୧୯/୧୧: ମଧ୍ୟପ୍ରଦେଶର ଇନ୍ଦୋରର ପ୍ରସିଦ୍ଧ ଜୁଏଲାରୀ ଦୋକାନ ଆନନ୍ଦ ଶୋରୁମର ୨୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଜୁଏଲାରୀ ଶୋରୁମର ଏକା ସାଙ୍ଗରେ ଏତେ ଥର କର୍ମଚାରୀ କରୋନା ପଜିଟିଭ ହେବା ପରେ ଅନ୍ୟ ଷ୍ଟାଫ ସମେତ ଯେଉଁ ଗ୍ରାହକମାନେ ଏହି ଶୋରୁମରୁ ସୁନା ଚାନ୍ଦି ଗହଣା କିଣିଥିଲେ ସେମାନଙ୍କ ଉପରେ ମଧ୍ୟ କରୋନା ବିପଦ ଘାରିଛି।

ଶୋରୁମରେ କାମ କରୁଥିବା ଜଣେ କର୍ମଚାରୀ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ଯାହା ପରେ ଶୋରୁମରେ କାମ କରୁଥିବା ୩୫ଅନ୍ୟ କର୍ମଚାରୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା। ଏହି ୩୫କର୍ମଚାରୀଙ୍କ ମଧ୍ୟରେ ୨୦ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଇନ୍ଦୋରର ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଶୋରୁକୁ ଆସିଥିବା ଗ୍ରାହକଙ୍କ ସୂଚନା ଜୁଟାଇବାରେ ଲାଗି ପଡ଼ିଛି। ଏଥିପାଇଁ ଶୋରୁମରେ କିଣାକିଣି କରିବାକୁ ଯାଇଥିବା ଗ୍ରାହକଙ୍କ ଡିଟେଲ୍ ବିଲ୍ ବାହାର କରାଯାଉଛି। କିନ୍ତୁ ଯେଉଁମାନେ କିଛି କିଣାକିଣି ନ କରି ଚାଲି ଯାଇଛନ୍ତି ସେମାନଙ୍କ ଡାଟା ଶୋରୁମରେ ନଥିବାରୁ ସେମାନଙ୍କୁ ଖୋଜିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଶୋରୁମକୁ ସାନିଟାଇଜ କରାଯାଉଛି।

ପାର୍ବଣ ଋତୁରେ ଲୋକେ କରୋନା ବିପଦକୁ ପୂରାପୂରି ନଜରଅନ୍ଦାଜ କରି ଦେଇଥିଲେ। ଦୀପାବଳିରେ କିଣାକିଣି କରିବା ପାଇଁ ବଜାରରେ ଭିଡ଼ ହୋଇଥିଲା ଯାହା ଫଳରେ ସୋସିଆଲ୍ ଡିସଟାନସିଂ ପାଳନ ହୋଇପାରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.