ବିଶାଖାପାଟଣାରେ ଫସିରହିଛନ୍ତି ସାନଖେମୁଣ୍ଡି ଅଂଚଳର ୨୦ଜଣ ଦାଦନ ଶ୍ରମିକ; ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

Published By : Prameya-News7 Bureau | January 04, 2019 IST

ବ୍ରହ୍ମପୁର ୪/୧ : ପୁଣି ଫସିଲେ ଦାଦନ ଶ୍ରମିକ | ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ୍ ତୁଳସୀପଦର ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି | ଶ୍ରମିକ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ଏକ କଂପାନୀରେ ଫସିଥିବା ଜଣାପଡ଼ିଛି | ବିଦ୍ୟୁତ ତାର ବିଛାଇବା କାମରେ ନିୟୋଜିତ ଥିବା ଦାଦନ ଶ୍ରମିକ ମାନେ ଗତ ତିନି ମାସ ହେଲା ଦରମା ନପାଇ ଭୋକ ଉପାସରେ ପଡି ରହିଛନ୍ତି | ସଂପୃକ୍ତ କଂପାନୀରୁ ଠିକାଦାର ଶ୍ରମିକଙ୍କ ଦରମା ନେଇଥିବାରୁ କଂପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଦରମା ଦେବାକୁ ମନା କରିଦେଇଥିବା ଅଭିଯୋଗ କରିଛନ୍ତି | ଦାଦନ ଶ୍ରମିକମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.