ଅଦିନିଆ ବର୍ଷା ହେଲା କାଳ, ଚାଲିଗଲା ୨୦ ଗାଈଙ୍କ ଜୀବନ

Published By : Prameya-News7 Bureau | April 08, 2021 IST

ଇନ୍ଦ୍ରାବତୀ, ୦୮/୦୪(ପ୍ରମେୟ): ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଦିନିଆ ବର୍ଷାରେ ବିଜୁଳି ମାରି ୨୦ଟି ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ୬ଟାରୁ ପୋଡାଲଗୁଡ଼ାଠାରେ ବର୍ଷା ସହ ଘଡ଼ ଘଡ଼ି ଏବଂ ପବନ ଆରମ୍ଭ ହୋଇଥିଲା । ପ୍ରତ୍ୟକ ଦିନ ପରି ଗ୍ରାମର ଜସେଫ୍‌ ସୁନାଙ୍କ ଗୋରୁ ଗୁହାଳରେ ଗ୍ରାମବାସୀଙ୍କର ସମସ୍ତ ଗାଈଙ୍କୁ ବନ୍ଧା ଯାଇଥିଲା । ପାଖାପାଖି ସନ୍ଧ୍ୟା ୭ଟା ସମୟରେ ଜସେଫ୍‌ଙ୍କ ଗୁହାଳ ନିକଟରେ ପ୍ରଚଣ୍ଡ ଶବ୍ଦ କରି ଏକ ଘଡ଼ ଘଡ଼ି ପଡ଼ିଥିଲା । ଫଳରେ ବିଜୁଳି ଚଡ଼କରେ ଗୁହାଳରେ ବନ୍ଧା ହୋଇଥିବା ୨୦ଟି ଗାଈଙ୍କର ମୃତ୍ୟୁ ହୋଇଛି । ହେଲେ ଗୁହାଳରେ କେବଳ ଗୋଟିଏ ବାଛୁରୀ ବଞ୍ଚି ରହିଥିବା ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.