Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

3/04/2020 at 10:59 PM

ନୂଆଦିଲ୍ଲୀ ୦ ୩ ।୦୪ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ମୋଟ୍ କୋଭିଡ୍ ୧୯ ପଜିଟିଭ୍ ସଂଖ୍ୟା ୨୦ରେ ଛୁଇଁଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଥିବା ବେଳେ ଏବେ ଏହା ୨୦କୁ ବୃଦ୍ଧି ଘଟିଛି। ଯାହା ରାଜ୍ୟରେ ହାହାକାର ସୃଷ୍ଟି କରିଛି।

20 କରୋନା ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବର୍ମିଖାଲରୁ 3 ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଯାଜପୁରରୁ ଜଣେ ଏବଂ ଭଦ୍ରକରୁ 2 ଜଣ ସାମିଲ। ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ପତ୍ନୀ, ଝିଅ ଓ ପଡୋଶୀ ସାମିଲ।

ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି । ଓଡିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜ୍ୟରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକାଳେ କଟକ ବକ୍ସିବଜାରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ଭୁବନେଶ୍ୱରରୁ ୩ ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣ ବମିଖାଲ ଅଞ୍ଚଳର ହୋଇଥିବା ଜଣାପଡିଛି। ଏହା ପରେ ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆହୁରି ୭ ଜଣ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ସୂର୍ଯ୍ୟନଗର ସଂକ୍ରମିତଙ୍କର ପତ୍ନୀ, ଝିଅ ଓ ପଡୋଶୀ ରହିଛନ୍ତି। ପୁରୀ ଓ ଯାଜପୁରରେ ଜଣେ, ଭଦ୍ରକର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।  ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଁଚିଛି ।

ତେବେ ଭୁବନେଶ୍ୱରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି ।  କାରଣ ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିଲେ ମଧ୍ୟ ସେ ସଂକ୍ରମିତ ହୋଇଥିଲେ । ଫଳରେ ସୂର୍ଯ୍ୟନଗଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏହା ସହ ବର୍ମିଖାଲ ଓ ଝାରପଡା ଅଞ୍ଚଳକୁ ମଧ୍ୟ ସଂପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସଟଡାଉନ କରାଯାଇଛି । ଏହି ସମୟରେ ପ୍ରାୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି ଆଜି ସରକାର କହିଛନ୍ତି ।

   Related Posts