କାମବାଲୀ ଦେଲା ଟେନସନ୍: ୨୦ ବ୍ୟକ୍ତି ସଂକ୍ରମିତ, କ୍ୱାରେଣ୍ଚାଇନରେ ୭୫୦

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ, ୦୫|୦୬:  ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଲିଭରୀ ବୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଜଣେ କାମବାଲି କରୋନା ସଂକ୍ରମିତ ହୋଇଛନ୍ତି। ଏହି କାମବାଲୀଙ୍କ ପାଇଁ ଅନେକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଖବର ମିଳିଛି । ଦିଲ୍ଲୀର ରାମପୁର ପୀତମପୁର ଅଞ୍ଚଳରେ ୨୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ୭୫୦ରୁ ଅଧିକ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିଲ୍ଲାପାଳ କହିଛନ୍ତି ଯେ, ମେ ୨୪ରେ କାମବାଲୀଙ୍କ ପାଇଁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଅନ୍ୟ ମାମଲା ସାମ୍ନାକୁ ଆସିବା ପରେ ପୀତମପୁର ଅଞ୍ଚଳକୁ ସିଲ୍ କରି ଦିଆଯାଇଥିଲା । କାମବାଲୀଜଣଙ୍କ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ । ଏହି ମହିଳାଙ୍କ ପାଇଁ ପ୍ରଥମେ ଜଣେ ଶିଶୁ ଓ ପରିବାରର ଅନ୍ୟ ସଦସ୍ୟ ସଂକ୍ରମିତ ହୋଇଥିଲେ ।

ଏହି ମହିଳାଙ୍କ ପାଇଁ ୨୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇସାରିଛନ୍ତି । ଏହାସହ ୭୫୦ରୁ ଅଧିକ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କ୍ୱାରେଣ୍ଚାଇନରେ ରହିଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାସହ ଏହି ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ତେବେ ମାମଲା ଅଧିକ ବଢିବ ବୋଲି ଆଶଙ୍କା କରାଯାଉଛି ।

ଏହି ଘଟଣା ପରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରି ୨୫୦୦୪ରେ ପହଁଚିଛି । ଏହାସହ ଏଠାରେ କରୋନା ୬୫୦ଜଣଙ୍କ ଜୀବନ ମଧ୍ୟ ନେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.