ପୁଡୁଚେରୀରେ ପିଲାଙ୍କୁ ଗ୍ରାସିଲା କରୋନା ସଂକ୍ରମଣ: ୨୦ ପିଲା ଆକ୍ରାନ୍ତ, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | July 16, 2021 IST

ପୁଡୁଚେରୀ ୧୬/୦୭: ଦେଶରେ ଗତ କିଛି ଦିନ ମଧ୍ୟରେ ପୁଣି ଥରେ କରୋନା ମାମଲା ବଢିବାରେ ଲାଗିଛି । ଜୁଲାଇ ୧୨ରେ ଦେଶରେ ୩୧ହଜାର ନୂତନ ମାମଲା ଦେଖିବାକୁ ମିଳିଥିଲା । ଜୁଲାଇ ୧୩ରେ ସେମାନଙ୍କ ସଂଖ୍ୟା ୩୮ହଜାରରେ ପହଞ୍ଚିଥିଲା । ଏହା ପରେ, ଜୁଲାଇ ୧୪ ରେ, ୪୧ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଥିଲା ।

ଜୁଲାଇ ୧୫ରେ ୪୧ ହଜାର ୮୦୬ ନୂତନ ରୋଗୀ ଚିହ୍ନଟ ହୋଇଥିଲେ । ଯେଉଁ କାରଣରୁ ଭୟ ବ୍ୟାପିଥିଲା । ଓଡିଶା ଏବଂ ମଣିପୁରରେ ଲକଡାଉନ ଅବଧି ବୃଦ୍ଧି ପାଇଥିବାବେଳେ କର୍ଣ୍ଣାଟକ ଜିଲ୍ଲା ପଞ୍ଚାୟତ ନିର୍ବାଚନକୁ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ସେପଟେ ପୁଡୁଚେରୀରେ ୨୦ଜଣ ଶିଶୁ କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗରେ ତତ୍ପରତା ଦେଖାଦେଇଛି । ସମସ୍ତ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସେବା ନିର୍ଦ୍ଦେଶକ ଏସ ମୋହନ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପିଲାମାନଙ୍କୁ ଏଠାରେ କାଦିରକାମରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ କମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁମାର କହିଛନ୍ତି ଯେ ପିଲାମାନଙ୍କର ବୟସର ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । ସେହିପରି ମଣିପୁରରେ ଡେଲଟା ଭାରିଆଣ୍ଟ ମାମଲା ବୃଦ୍ଧି ପରେ ରାଜ୍ୟରେ ୧୦ଦିନ ପାଇଁ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଆଦେଶ ଜୁଲାଇ ୧୮ରୁ କାର୍ଯ୍ୟକାରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.