ତାମିଲନାଡୁକୁ ଚାଲାଣ ବେଳେ ୨୦ ଦାଦନ ଶ୍ରମିକ ଉଦ୍ଧାର, ୯ ଜଣ ଅଛନ୍ତି ନାବାଳକ

Published By : Prameya-News7 Bureau | March 05, 2021 IST

ଆଠମଲ୍ଲିକ ୫।୩: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗୁରୁବାର ରାତିରେ ଚଢାଉ କରି ୨୦ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ୯ ଜଣ ନାବାଳକ ଥିବାବେଳେ ୧୧ ଜଣ ସାବାଳକ ଅଛନ୍ତି । ଏହିସବୁ ଶ୍ରମିକମାନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ସରଗିଟାଲ ଗ୍ରାମରେ ବୋଲି ପ୍ରକାଶ କରିଛନ୍ତି ।

ଏମାନଙ୍କୁ ତାମିଲନାଡୁର ଏକ ସୁତାକଳରେ କାମ କରିବା ପାଇଁ ନିଆଯାଉଥିଲା । ଏହି ଶ୍ରମିକମାନକୁ ନେବା ପାଇଁ ତାମିଲନାଡୁର ଏକ ବସରେ ଦୁଇ ଜଣ ଡ୍ରାଇଭର ଓ ଜଣେ ହେଲପର ଆସିଥିଲେ । ୨୦ ଦାଦନ ଶ୍ରମିକ ଓ ୩ ଜଣ ବସ୍ ଷ୍ଟାଫ୍ ଆଦିକୁ ମିଶାଇ ୨୩ ଜଣଙ୍କୁ ଆଠମଲ୍ଲିକ ପୋଲିସ ଅଟକ ରଖିଛି । ଗୁରୁବାର ରାତିରେ ଏମାନେ ଆଠମଲ୍ଲିକ ନିକଟ ଏକ ଢ଼ାବାରେ ଅଟକି ଖାଉଥିବା ସମୟରେ ଖବର ପାଇ ପୋଲିସ ପହଁଚି ଉଦ୍ଧାର କରି ଥାନାକୁ ଆଣିଛି । ଏ ପର୍ଯ୍ୟନ୍ତ ଏମାନଙ୍କ ବିଷୟରେ ପୋଲିସ ତରଫରୁ କିଛି ସୂଚନା ଦିଆଯାଇନାହିଁ ।

ସେପଟେ ଦାଦନ ଶ୍ରମିକମାନେ କହିଛନ୍ତି ସେମାନେ ଆଗରୁ ଏମିତି ବହୁବାର କାମ କରିବାକୁ ଯାଇଛନ୍ତି । କାରଣ ଗାଁରେ କିଛି କାମ ମିଳୁନାହିଁ ତେଣୁ ସେମାନେ ତାମିଲନାଡୁ ଯାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.