Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାଂସଦଙ୍କୁ ସ୍ଥାନ ନମିଳିବାରୁ ବିଜେପିରୁ ଇସ୍ତଫା ଦେଲେ ୨୦ ପଦାଧିକାରୀ, ଜାଣନ୍ତୁ କେଉଁଠି?

11/07/2021 at 8:27 PM

ବିଡ଼ ୧୧।୭: ପ୍ରଧାନମନ୍ତ୍ରୀଙ୍କ ୨.୦ରେ ହୋଇଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବେ ବିଜେପି ଆଭ୍ୟନ୍ତରିଣ ଅସନ୍ତୋଷର କାରଣ ପାଲଟିଛି। ମହାରାଷ୍ଟ୍ର ବିଡ଼ ଜିଲ୍ଲାରୁ ନିର୍ବାଚିତ ସାଂସଦ ପ୍ରିତମ ମୁଣ୍ଡେ ଖଡେଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନାହିଁ। ଏଣୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ନିରାଶ ହୋଇଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି। ଜନୈକ ଦଳୀୟ ନେତା ରବିବାର ଏହି ସୂଚନା ଦେଇଛନ୍ତି।

ଅସନ୍ତୁଷ୍ଟ ପଦାଧିକାରୀଙ୍କ ମଧ୍ୟରେ ବିଡ଼ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଜଣେ କର୍ପୋରେଟର ମଧ୍ୟ ଅଛନ୍ତି। ଏମାନେ ନିଜନିଜର ଇସ୍ତଫା ପ୍ରଦାନ ଲାଗି ମୁମ୍ବାଇ ଉଦ୍ଦେଶ୍ୟରେ ବାହାରିଯାଇଥିବା ସୂଚନା ମିଳିଛି। ତେବେ ଏହି କାର୍ଯ୍ୟକର୍ତ୍ତାଙ୍କ ପୂର୍ବରୁ ବିଡ ଜିଲ୍ଲା ପରିଷଦର ଜଣେ ସଦସ୍ୟ ଓ ପଞ୍ଚାୟତ ସମିତିର ଜଣେ ସଦସ୍ୟ ଇସ୍ତଫା ଦେଇସାରିଛନ୍ତି। ଏହା ଛଡା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ବିଜେପି ଯୁବ ଶାଖା ସଭାପତି, ଉପସଭାପତି, ଜିଲ୍ଲା ଉପାଧ୍ୟକ୍ଷ ଓ ତହସିଲ ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି।

ବିଡ଼ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସରଜେରାଓ ଟାଣ୍ଡଲେ  କହିଛନ୍ତି ଯେ ପ୍ରିତମ ମୁଣ୍ଡେଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାର ଥିଲା। ତେବେ ଚୂଡାନ୍ତ ପର୍ଯ୍ୟାୟରେ ତାଙ୍କ ନାମ ବାହାର କରିଦିଆଯାଇଥିଲା। ଜିଲ୍ଲା ବିଜେପିର ହଜାର ହଜାର କର୍ମୀ ଓ ସମର୍ଥକ ପ୍ରିତମ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଆନ୍ତୁ ବୋଲି ଚାହୁଁଥିଲେ। ହେଲେ ତାଙ୍କ ନାମ ଚୂଡ଼ାନ୍ତ ପର୍ଯ୍ୟାୟରେ ବି ଘୋଷଣା ନ ହେବାରୁ ଏହାକୁ ବିରୋଧ କରି ଆମେ ଇସ୍ତଫା ଦେଇଛୁ ବୋଲି ଟାଣ୍ଡଲେ କହିଛନ୍ତି।

ତେବେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ପଙ୍କଜା ମୁଣ୍ଡେ ତାଙ୍କ ଭଉଣୀ ଓ ପ୍ରିତମଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରା ନଯିବାରୁ ଅସନ୍ତୁଷ୍ଟଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ ନିଜକୁ ଓ ନିଜ ଭଉଣୀଙ୍କୁ ପାର୍ଟି ପ୍ରତି ସମର୍ପିତ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ଏଣୁ ପାର୍ଟି ଦ୍ୱାରା ହୋଇଥିବା ଯେ କୌଣସି ନିଷ୍ପତ୍ତିକୁ ସେମାନେ ସ୍ୱୀକାର କରନ୍ତି ବୋଲି କହିଛନ୍ତି।

   Related Posts