Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅପରେସନ୍ ଗ୍ରୀନ୍ କ୍ଲିନ୍ : ୨୦ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ

19/01/2021 at 9:34 AM

ଲମତାପୁଟ ୧୯।୧: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ଜୟନ୍ତୀଗିରି ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ  କରିଛି ପୋଲିସ ।   ଲମତାପୁଟ, ନନ୍ଦପୁର  କୋରାପୁଟ ପୋଲିସ, ଡିଭିଏଫ ଏବଂ ଅବକାରୀ ବିଭାଗ ସ୍ଥାନୀୟ  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୨୦ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି ।  ଏହାର ମୂଲ୍ୟ ୨୦ କୋଟିରୁ ଉର୍ଦ୍ଧ୍ବ  ହେବ ବୋଲି ପୋଲିସ ସୂଚନା ଦେଇଛି । 

ଚଳିତ ବର୍ଷ ଅପରେସନ ଗ୍ରୀନ୍ କ୍ଲିନ୍ ପାଇଁ ଏକ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ ।  ଚଳିତ ବର୍ଷ ୫୧୫  ଏକର  ଗଞ୍ଜେଇ ଚାଷ  ନଷ୍ଟ  କରିସାରିଲାଣି  ପୋଲିସ ।  ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି   ସେହି ଅଞ୍ଚଳରେ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୋଲିସ ଡ୍ରୋନ୍ ସାହାଯ୍ୟରେ  ନଜର  ରଖିବା ସହ ବମ୍ ସ୍କ୍ବାଡ୍  ଏବଂ ୪ ପ୍ଲାଟୁନ ପୋଲିସ  ମୁତୟନ କରି  କଡା ସୁରକ୍ଷାରେ ଗଞ୍ଜେଇ ଚାଷ  ନଷ୍ଟ କରୁଛି ।  ପୋଲିସ ପାଇଁ ଏହା ବଡ ଚ୍ୟାଲେଞ୍ଚ ସୃଷ୍ଟି କରିଛି । କାରଣ ଏବେବି  ସେହି ଅଞ୍ଚଳରେ  ମାଓବାଦୀଙ୍କ  ଦବଦବା  ରହିଛି ।  ପୋଲିସ କଡା ସୁରକ୍ଷା ନେବା ସହ  ଏସଓପି ପାଳନ କରି  ଅପରେସନ ଗ୍ରୀନ୍ କ୍ଲିନ୍  ଜାରି ରଖିଛି ।  ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୧୦୦ ଏକରରୁ ଅଧିକ ଏକର ଗଞ୍ଜେଇ ଚାଷ ନଷ୍ଟ  କରିବାର ଲକ୍ଷ୍ୟ ରଖିଛି  ପୋଲିସ ।  

   Related Posts