Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

୪ ଦିନ ପରେ ବି ବୋରୱେଲ ପାଇପରୁ ଉଦ୍ଧାର ହେଲାନି ୨ବର୍ଷର ଶିଶୁ : ପାଇପ ବଙ୍କା ଥିବାରୁ ଅଟକିଲା ଉଦ୍ଧାରକାର୍ଯ୍ୟ, ଆଜି ପୁଣି ତାର ଜନ୍ମଦିନ

10/06/2019 at 3:48 PM

ଚଣ୍ଡୀଗଡ଼ ୧୦/୬ : ପାଖାପାଖି ୮୦ ଘଣ୍ଟା ହେଲା ୧୫୦ ଫୁଟ ଗଭୀର ବୋରୱେଲ ଭିତରେ ପଡି ଜୀବନ ସହ ସଂଗ୍ରାମ କରୁଛି ୨ ବର୍ଷର ନିରୀହ ଶିଶୁ ଫତେହ । ଏବେ ପର୍ଯ୍ୟନ୍ତ ମଧ୍ୟ ଶିଶୁଟିକୁ ଉଦ୍ଧାର କରାଯାଇ ପାରିନାହିଁ । ଦୁଇଦିନ ହେଲା ଶିଶୁଟି ହଲଚଲ ମଧ୍ୟ ହେଉନାହିଁ । ଏପଟେ ଆଜି ଫତେହର ଜନ୍ମଦିନ ।  

ଯେଉଁ ବୋରୱେଲରେ ଫତେହ ଫସି ରହିଛି, ତାର ସାମନ୍ତରାରେ ୩ ଫୁଟ ଚଉଡା ଟନେଲ ଖୋଳି ସେଥିରେ ସିମେଣ୍ଟ ପାଇପ ଲଗାଯାଇଛି । ୧୦୦ ଫୁଟ ଗଭୀର ପର୍ଯ୍ୟନ୍ତ ପହଂଚିବା ପରେ ମାଟି ଓଦା ଥିବାରୁ ପାଇପ ଖସିଯାଇ ବଙ୍କା ହୋଇଯାଇଥିଲା । ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏବେ ଟନେଲରେ ଲୁହା ପାଇପ ପକାଯିବ । ଏପଟେ ଫତେହ ହଲଚଲ ହେଉନଥିବାରୁ ଘରଲୋକଙ୍କ ଚିନ୍ତା ଆହୁରି ବଢିଯାଇଛି ।

ଅପରେସନ ଫତେହ ପାଇଁ କୌଣସି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ହୋଇନାହିଁ । ବରଂ ବର୍ଷ ବର୍ଷ ଧରି ଚାଲିଆସୁଥିବା ପୁରୁଣା ପଦ୍ଧତି ବ୍ୟବହାର କରାଯାଇଛି । ୧୦୦ ଫୁଟ ତଳେ ଅକ୍ସିଜେନ କମିଯିବାରୁ ଉଦ୍ଧାରକାରୀ ଦଳ ମଧ୍ୟରୁ କିଛି ସଦସ୍ୟ ଅସୁସ୍ଥ ହୋଇପଡିଥିଲେ ।

ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ସୋସିଆଲ ମିଡ଼ିଆରେ ମଧ୍ୟ ଲୋକ ନିଜ ଆକ୍ରୋଶ ଦେଖାଇବା ଆରମ୍ଭ କଲେଣି । ମୂର୍ତ୍ତି ଏବଂ ବଡ ବଡ କୋଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ଏହିଭଳି ବିପଦ୍ଦଜନକ ପରିସ୍ଥିତି ସହ ଲଢ଼ିବା ପାଇଁ କାହିଁକି କୌଣସି ଅଟୋ ଯନ୍ତ୍ର ରଖୁନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

ଫତେହ କିଭଳି ସୁରକ୍ଷିତ ଉଦ୍ଧାର ହେବ ସେଥିପାଇଁ ଲୋକେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । ହଜାର ହଜାର ଲୋକ ଘଟଣାସ୍ଥଳରେ ଜଗି ରହିଛନ୍ତି । ଫତେହର ଘରଲୋକଙ୍କ ଏପଟେ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲାଣି । ଧୀରେ ଧୀରେ ସେମାନେ ମଧ୍ୟ ଆଶା ଛାଡି ବସିଲେଣି । ଏବେ ସବୁ ଭଗବାନଙ୍କ ଉପରେ । ନିରୀହ ଶିଶୁଟି କିଭଳି ଶୀଘ୍ର ସୁରକ୍ଷିତ ଫେରିବ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା । 

   Related Posts