ଦୁଇ ଯୁବକଙ୍କ ଲଙ୍କା କାଣ୍ଡ ,ପର୍ଯ୍ୟଟକଙ୍କୁ ପିଟିବା ସହ ଭାଙ୍ଗିଲେ ଗାଡି ଓ ମୋବାଇଲ

Published By : Prameya-News7 Bureau | July 29, 2019 IST

ବାଲେଶ୍ବର  ୨୯/୭: ବାଲେଶ୍ବରଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ବର -ଦିଘା ମୁଖ୍ୟ ରାସ୍ତାରେ ୨ ଯୁବକଙ୍କ ଲଙ୍କା କାଣ୍ଡ।ଯୁବକମାନେ ଦିଘା ଆସୁଥିବା ପର୍ଯ୍ୟଟକମାନଙ୍କୁ ପିଟିବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ।ଏଭଳି କାର୍ଯ୍ୟ କରି ଖସିଯିବା ପୂର୍ବରୁ ୨ଯୁବକଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୁଲିସରେ ଜିମା ଦେଇଥିଲେ। ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରୁ ସାଙ୍ଗମାନଙ୍କ ସହ ଏକ କାର ଯୋଗେ ଦିଘାକୁ ଆସୁଥିଲେ।

{"id":138449}

ଜଳେଶ୍ବର-ଚନ୍ଦନେଶ୍ବର ରାସ୍ତାର ବାଉଶଡିହା ଛକରେ  ଏହି ୨ଜଣଙ୍କୁ ସାଇଡ ଦେଇ ନଥିଲେ।ଏଥିରେ ଏମାନେ ୧୪ କି.ମି. ପିଛାକରି ଦିଘା-ଚନ୍ଦନେଶ୍ବର ରାସ୍ତାରେ ଗାଡିକୁ ଅଟକ କରି ଏକ କାଠ ଫାଳିଆ ଓ ଇଟାରେ ଗାଡିର ଉଭୟ ପାଖ କାଚ ଭାଙ୍ଗିବା ସହ ତାଙ୍କ ମୋବାଇଲକୁ ମଧ୍ୟ ଭାଙ୍ଗି ଦେଇଥିଲେ।ସ୍ଥାନୀୟ ଲୋକେ କାବୁକରି ୨ଜଣଙ୍କୁ ଥାନାରେ ଜିମାଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.