Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ଅନୈତିକ କାର୍ଯ୍ୟ ସନ୍ଦେହରେ ୨ ଯୁବକଙ୍କୁ ଗଛରେ ବାନ୍ଧିଲେ, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

7/08/2020 at 9:16 PM

ଜଗତସିଂପୁର, ୦୭|୦୮:  ବିବାହିତ ମହିଳାଙ୍କ ଘରକୁ ରାତିରେ ଆସିଥିଲେ ଦୁଇ ଯୁବକ  । ସେମାନଙ୍କୁ ଆପତ୍ତିଜନକ ଦ୍ରବ୍ୟ ସହ ଧରିଲେ ଗାଁ ଲୋକେ  । ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିବା ସହ ରାତିସାରା ଗଛରେ ବାନ୍ଧି ରଖିଥିଲେ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ଅନ୍ତର୍ଗତ କାଳିନାଗ ଖାନଚନ୍ଦ୍ରପୁର ଗ୍ରାମରେ।

ସୂଚନାନୁସାରେ, କାଳିନାଗ ଖାନଚନ୍ଦ୍ରପୁର ଗ୍ରାମର ସ୍ୱାମୀ ଘରେ ରହୁନଥିବା ଜନୈକା ମହିଳାଙ୍କ ଘରକୁ ଦୈନିକ କିଛି ଅପରିଚିତ ଯୁବକ ଆସିଥାନ୍ତି। ଗ୍ରାମରେ କିଛି ଦିନ ହେଲା ଛୋଟମୋଟ ଚୋରି ହେଉଥିଲା। ଗୁରୁବାର ରାତିରେ ଦୁଇଜଣ ସନ୍ଦିଗ୍ଧ ଯୁବକ କଥିତ ମହିଳାଙ୍କ ଘରକୁ ଆସି ଦୀର୍ଘ ସମୟ ରହିଥିଲେ। ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ ଏବଂ  ଦୁଇ ଯୁବକଙ୍କୁ ଧରି ଆଣି ପଚରାଉଚରା କରିଥିଲେ। ସେମାନଙ୍କ ପକେଟରୁ କିଛି ଆପତ୍ତିଜନକ ଦ୍ରବ୍ୟ ବାହାରିବାରୁ  ଗ୍ରାମବାସୀ ସେହି ଦୁଇ ଯୁବକଙ୍କୁ ରାତିସାରା ଗୋଟିଏ ଗଛରେ ବାନ୍ଧିପକାଇଥିଲେ। ଏହାପରେ ସେ ଦୁହିଁଙ୍କୁ ନିର୍ଦ୍ଧୁମ ଛେଚିଥିବା ଜଣାଯାଇଛି ।

ଖବରପାଇ କନକପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକ ଦୁହିଁଙ୍କୁ ଉଦ୍ଧାର କରି ଫାଣ୍ଡିକୁ ନେଇଥିବା ଜଣାପଡିଛି।ଦୁଇ ଯୁବକ ମୁଳିସିଂ ପଞ୍ଚାୟତ ହରିସିଂହପୁର ଗ୍ରାମର ବୋଲି ଜଣାପଡିଛି।

   Related Posts