ପୁରୀ ସମୁଦ୍ରରେ ଭାସିଗଲେ ଆର୍ମି ପରୀକ୍ଷାର୍ଥୀ

Published By : Prameya-News7 Bureau | October 15, 2019 IST

ପୁରୀ - ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଭାସିଯାଇ ଦୁଇଜଣ ଯୁବକ ନିଖୋଜ । ଏହି ଯୁବକ ଦୁଇଜଣ ୧୨୦ ବାଟାଲିୟନରେ ଆର୍ମିରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେବାକୁ ଆସିଥିଲେ । ପରୀକ୍ଷା ପରେ ସେମାନେ ପୁରୀ ବୁଲିବାକୁ ଆସିଥିଲେ । ମାତ୍ର ସମୁଦ୍ରରେ ସ୍ନାନ କରୁଥିବା ବେଳେ ହଠାତ୍‌ ଅନ୍ତସ୍ରୋତରେ ପଡି ଭାସିଯାଇଥିଲେ ।


ଏହି ପରୀକ୍ଷାର୍ଥୀ ଦୁଇ ଜଣ ଉତ୍ତରପ୍ରଦେଶ ଆଗ୍ରାରୁ ଆସିଥିଲେ । ନିଖୋଜ ଦୁଇଜଣଙ୍କର ନାମ ଅନୀଲ ଶିଖରଓ୍ୱାଲ ଓ ବିଜୟ ପାଲ୍‌ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.