ଏସି ଲଗାଇ କାର ଭିତରେ ଶୋଇପଡିଲେ ଦୁଇ ଯୁବକ : ସକାଳୁ ମିଳିଲା ମୃତଦେହ

Published By : Prameya-News7 Bureau | May 12, 2019 IST

ମିରଠ ୧୨\୫ :  ମିରଠ ଯାନି ଥାନା ଅନ୍ତର୍ଗତ ଭୋଲାଝାଲ ନିକଟରେ ଏକ କାର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । କାରର ଗୋଟିଏ ଝରକା ଖୋଲା ଥିବାବେଳେ ବାକି ସବୁ ଝରକା ବନ୍ଦ ଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।  ଅଣନିଶ୍ୱାସୀ ହୋଇ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  

{"id":111132}

ପୋଲିସ କାରର ଯାଞ୍ଚ କଲାବେଳେ ଜଣେ ଯୁବକଙ୍କ ପକେଟରୁ ଆଇଡି କାର୍ଡ ଓ ମୋବାଇଲ ଫୋନ ଜବତ କରିଛି । ଆଇଡି କାର୍ଡ ଆଧାରରେ ମୃତକଙ୍କ ପରିଚୟ ମିଳିଛି । ମୃତକଙ୍କ ହେଲେ ମେରଠର ବ୍ରଜପାଲ ସିଂହ । ଆଉ ଜଣେ ମୃତକ ହେଲେ ୫୫ ବର୍ଷ ବୟସ୍କ ନରେନ୍ଦ୍ର ତ୍ୟାଗୀ । ସେ ଇଲେକ୍ଟ୍ରି ଅଫିସରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ।

ଉଭୟ ଯୁବକ ନିଶାଶକ୍ତ ଅବସ୍ଥାରେ ଥିବା ଯୋଗୁଁ କାରରେ ହିଁ ଶୋଇପଡିଥିବା ପୋଲିସ ସନ୍ଦେହ କରିଛି । କାରରେ ଚାଲିଥିବା ଏସି ଯୋଗୁଁ ଅଣନିଶ୍ୱାସୀ ହୋଇ ଉଭୟଙ୍କ ପ୍ରାଣ ଚାଲିଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି ପୋଲିସ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.