ଏଥର ବାପା ବଦଳରେ ପୁଅ : ବିଧାନସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ

Published By : Prameya-News7 Bureau | May 27, 2019 IST

କଟକ ୨୭/୫ : ସାରା ଓଡିଶାରେ ବିଜେଡି ବହୁମତ ହାସଲ କରିବା ପରେ ବିଜେଡି ରାଜ୍ୟରେ ସରକାର ଗଢିବ । ବିଜୟୀଙ୍କ ମଧ୍ୟରେ ରହିଛନ୍ତି ରାଜ୍ୟର ସର୍ବ କନିଷ୍ଠ ଦୁଇ ଜଣ ବିଧାୟକ । ଚୌଦ୍ୱାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ସୌଭିକ ବିଶ୍ୱାଳ ବିଜୟୀ ହୋଇଛନ୍ତି । ବାଙ୍କୀରୁ ବିଜୟୀ ହୋଇଛନ୍ତି ଦେବୀ ରଞ୍ଜନ ତ୍ରିପାଠୀ । ପ୍ରଭାତ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ଏଥର ଟିକେଟ ମିଳିନଥିଲା । ବାପାଙ୍କ ସ୍ଥାନରେ ପୁଅମାନଙ୍କୁ ଟିକେଟ ମିଳିଥିଲା । ପୁଅମାନେ ଲଢ଼ି ବିଜୟୀ ମଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ, ବିଜେଡି ଯୁବନେତାଙ୍କୁ ତିଆରି କରୁଥିବାବେଳେ ଭୋଟର ମଧ୍ୟ ଯୁବନେତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ।

{"id":116369}

କମ ବୟସରେ ବିଧାନସଭାକୁ ନିର୍ବାଚିତ ହୋଇ ପରିଚାଳନା କରିବେ ସୌଭିକ ବିଶ୍ୱାଳ ଓ ଦେବୀ ତ୍ରିପାଠୀ । ହେଲେ ବିଧାନସଭାର ବିଧି ବ୍ୟବସ୍ଥା ଓ ନିଜ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିବା ପାଇଁ ବାପାଙ୍କ ପଦ ଅନୁସରଣ କରିବେ ବୋଲି କହିଛନ୍ତି ସୌଭିକ । ତେବେ ସମୀକ୍ଷକଙ୍କ ମତରେ, ଉଭୟ ବିଜୟୀ ବିଧାୟକ ସୌଭିକ ଓ ଦେବୀଙ୍କ ବାପାମାନେ ଅସଲି ବିଧାୟକ । ପ୍ରଭାତ ବିଶ୍ୱାଳଙ୍କୁ ଲୋକଙ୍କ ସମର୍ଥନ ରହିଥିବାରୁ ପୁଅ ବିଜୟୀ ହୋଇଛନ୍ତି ।

{"id":116370}

ବିଧାନସଭାକୁ ନୂଆକରି ଯାଉଥିବା ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ସବୁ ବରିଷ୍ଠ ରାଜନେତା ଓ ବାପାଙ୍କ ପାରମର୍ସ କ୍ରମେ ସମସ୍ତ କାର୍ଯ୍ୟ ତୁଲାଇବେ । ପୂର୍ବରୁ ବାଙ୍କୀ ଗୋଟିଏ ବିଧାୟକ ପାଇଥିଲା । ଏବେ କିନ୍ତୁ ଦୁଇ ଦୁଇଟି ବିଧାୟକ ପାଇଛି । ଯାହାଫଳରେ ବାଙ୍କୀର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ କରିବାରେ ବାପା ପୁଅ ମିଶି ପୁରା ଉଦ୍ୟମ କରିବେ ବୋଲି କହିଛନ୍ତି ଦେବୀ ରଞ୍ଜନ ତ୍ରିପାଠୀ । ଏଥର ନିର୍ବାଚନରେ ଜଣ ସାଧାରଣ ସର୍ବ କନିଷ୍ଠ ବିଧାୟକଙ୍କୁ ନିର୍ବାଚିତ କରିଛନ୍ତି । ନିଜ କ୍ଷେତ୍ର ପରିଚାଳନା କରିବାରେ କାହାର ଭୂମିକା ଅଧିକ ରହିବ, ବାପାର ନା ପୁଅର ତାହା ଆଗାମୀ ଦିନରେ ଜଣାପଡିବା ।

{"id":116371}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.