ଗୁହାରି କରି କରି ନୟାନ୍ତ, ଶେଷରେ ନେଲେ ଚରମ ନିଷ୍ପତ୍ତି: ତହସିଲଦାରଙ୍କ ସାମ୍ନାରେ ପିଇଲେ ବିଷ

Published By : Prameya-News7 Bureau | August 31, 2020 IST

ଭଦ୍ରକ୩୧/୮: ଦୀର୍ଘ ଏକ ମାସ ହେବ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ୩ ପରିବାର। ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ଅଚକ ଗ୍ରାମ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ନ୍ୟାୟ ପାଇବା ଆଶାରେ ୩ ବାରମ୍ବାର ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କ କଥା ଶୁଣି ନଥିଲେ। ଏ ନେଇ ତହସିଲଦାରଙ୍କ ସମ୍ମୁଖରେ ୨ ଯୁବକ ବିଷ ବିଇ ଦେଇଥିଲେ।

ଗୁରୁତର ଅବସ୍ଥାରେରେ ଦୁହିଁଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ, ନନ୍ଦପୁର ଗାଁର ୩ ପରିବାର ଲୋକେ ଯାତାୟାତ ପାଇଁ ଥିବା ରାସ୍ତାକୁ କେହି ଜଣେ ଅବରୋଧ କରିଥିଲେ। ଜୁଲାଇ୨୧ରୁ ଆଜି ପର୍ଯ୍ୟନ୍ତ ଏହି ପରିବାରର ଲୋକେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖ ହେଉଥିଲେ। ଏନେଇ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ତେବେ ରାସ୍ତାରେ ଥିବା ଘରକୁ ଭାଙ୍ଗିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା। କିନ୍ତୁ କୌଣସି କାରଣରୁ ଘରକୁ ଭଙ୍ଗା ଯାଇ ପାରିନାହିଁ। ଶେଷରେ ଆଜି ତହସିଲ ଅଫିସ୍ , ତହସିଲଦାର ଓ ପୋଲିସ ଉପସ୍ଥିତରେ ଦୁଇଜଣ ବିଷପିଇ ଥିଲେ। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦୁହିଁଙ୍କ ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.