Monday, June 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଟିକୁ ପିଟିଲା ଯାତ୍ରୀବାହୀ ବସ ୨ଯୁବତୀଙ୍କ ମୃତ୍ୟୁ, ଚାଳକ ଯୁବକ ଗୁରୁତର

କେନ୍ଦ୍ରାପଡା୨୦|୫: କେନ୍ଦ୍ରାପଡ଼ା ଜିଲା ଜାତୀୟ ରାଜପଥ ଚ୍ଛଘରିଆ ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି | ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି |

ଏକ ସ୍କୁଟିରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀ ଯାଉଥିବା ବେଳେ ଚଣ୍ଡିଖୋଲ ଆଡୁ ଆସୁଥିବା ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରେ ଜଣେ ଯୁବତୀ ଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଆସିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି |

ତେବେ ସ୍କୁଟି ଚଳାଉ ଥିବା ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି | ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଚାଳକ ବସ ନେଇ ପାରାଦୀପ୍ ଆଡ଼େ ପଳାଇଥିବା ପ୍ରତ୍ୟକ୍ଷ ଦର୍ଶି କହିଛନ୍ତି | ମୃତକଙ୍କ ପରିଚୟ ମିଳି ନାହିଁ |

375 Views

   ସମ୍ବନ୍ଧିତ ଖବର