ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌କୁ ୨ ବର୍ଷ : ପାକିସ୍ତାନ ସୀମାରେ ପଶି ତାଣ୍ଡବ ଲୀଳା ରଚିଥିଲା ଭାରତୀୟ ବାୟୁସେନା, ନିପାତ ହୋଇଥିଲେ ୨୫୦ ଆତଙ୍କବାଦୀ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬/୦୨ : ଭାରତର ଇତିହାସରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏକ ପୃଷ୍ଠା ହୋଇ ରହିବ । ଶତ୍ରୁ ଦେଶ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ବୋମା ମାଡ ଏବଂ ଶହ ଶହ ଆତଙ୍କବାଦୀଙ୍କୁ ନିହତ କରିବା ଭଳି ସାହସିକତା ଦେଖାଇଥିଲା ଭାରତୀୟ ସେନା । ଶୁକ୍ରବାର ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ୨ ବର୍ଷ ପୂରିଛି । ଜମ୍ମୁ-କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଆଁହୁଳା ପାଲଟିଥିଲା ଭାରତୀୟ ସେନା । ଅପେକ୍ଷା ଥିଲା ସୁଯୋଗକୁ ।

IAFs Mirage-2000s carried out an air strike on a Jaish-e-Mohammed (JeM) terrorist camp in Pakistan’s

ସେହି ସୁଯୋଗ ଆସି ପହଞ୍ଚିଥିଲା ୨୦୧୯ ମସିହା ଫେବୃଆରୀ ୨୬ ତାରିଖ । ରାତି ପାହିବା ଆଗରୁ ପାକିସ୍ତାନ ସୀମା ଭିତରେ ପଶି ଆତଙ୍କବାଦୀଙ୍କ ବଙ୍କର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା ଭାରତୀୟ ସେନା । ଏହି ଏୟାର ଷ୍ଟ୍ରାଇକ୍‌ ପରେ ଥରହର ହୋଇଥିଲା ପୂରା ପାକିସ୍ତାନ । ଏୟାର ଷ୍ଟ୍ରାଇକ୍‌ରେ ଜୈଶ-ଏ-ମହମ୍ମଦର ଶହ ଶହ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତୀୟ ସେନାର ବୀର ଜବାନମାନେ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କ ବଙ୍କର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା ଏବଂ ପାକିସ୍ତାନକୁ ଏ ବାବଦରେ ସୁରାକ୍‌ ଟିକେ ମଧ୍ୟ ମିଳିନଥିଲା ।

ଭାରତୀୟ ବାୟୁସେନାର ଏହି ଏୟାର ଷ୍ଟ୍ରାଇକ୍‌ରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୨୫୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିଲେ । ଜମ୍ମୁ-କାଶ୍ବୀରର ପୁଲଓ୍ବାମାରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ଥିଲା ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ । ଫେବୃଆରୀ ୧୪ ତାରିଖରେ ଜାମ୍ମୁ-କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ । ଏହି ବିସ୍ଫୋରଣରେ ୪୨ ଜଣ ଭାରତୀୟ ଜବାନ ସହିଦ ହୋଇଥିଲେ । ପୁଲଓ୍ବାମା ବିସ୍ଫୋରଣ ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଦେଶବାସୀ ତୁରନ୍ତ ପ୍ରତିଶୋଧ ନେବା ପାଇଁ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଅପିଲ କରିଥିଲେ ।

picture of jaish-e-mohammed  jem  facility destroyed by indian ar force strikes in balakot  pakistan

ପୁଲଓ୍ବାମା ଆକ୍ରମଣର ମାତ୍ର ୧୨ ତିନ ପରେ ଭାରତୀୟ ସେନା ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରି ପାକିସ୍ତାନକୁ ଚମକାଇଦେଇଥିଲା । ପ୍ରତକ୍ଷଦର୍ଶୀମାନେ କହିଥିଲେ ଭାରତୀୟ ସେନାର ଏୟାର ଷ୍ଟ୍ରାଇକ୍‌ ଭୟଙ୍କର ଥିଲା । ଲାଗୁଥିଲା ଯେମିତି ଭୂମିକମ୍ପରେ ଥରହର ହେଉଛି ପାକିସ୍ତାନ । ରାତି ୩ଟାରେ ଆରମ୍ଭ ହୋଇଥିଲା ଆକ୍ରମଣ । ମାତ୍ର ୯୦ ସେକେଣ୍ଟ ମଧ୍ୟରେ ମିଶନ ପୁରା କରିଥିଲା ଭାରତୀୟ ବାୟୁସେନା । ଆକ୍ରମଣ ପାଇଁ ମୋଟ ୧୨ଟି ଲଢୁଆ ମିରାଜ୍‌ ବିମାନ ପଠାଇଥିଲା ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.