ପୋଖରୀରେ ବୁଡିଗଲେ ୨ ବର୍ଷର ଝିଅ, ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | April 28, 2021 IST

ଜଳେଶ୍ବର ୨୮।୪: ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ସାର୍ଥା ପଞ୍ଚାୟତର ମେଘା ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଭବସିନ୍ଧୁ ଘରାମୀଙ୍କ ଝିଅ ଜୟଶ୍ରୀ ଘରାମୀ ସକାଳୁ ଖେଳୁଥିବା ସମୟରେ  ଅସାବଧାନତା ଯୋଗୁଁ ଗୋଡ଼ ଖସି ପୋଖରୀରେ ପଡ଼ିଯାଇଥିଲେ ।  କିଛି ସମୟ ପରେ ସ୍ଥାନୀୟ ଲୋକେ ଭାସୁଥିବା ଅବସ୍ଥାରେ ଶିଶୁଟିକୁ ଦେଖିବାକୁ ପାଇଥିଲେ । ଏହାପରେ ପରିବାରଲୋକ ଶିଶୁଟିକୁ ସଙ୍ଗେ ସଙ୍ଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.