ମଣିକର୍ଣ୍ଣିକା ଟର୍ଣ୍ଣସ୍ @୩, ‘ଯେଉଁ ଫିଲ୍ମ ମୋର ଗୋଡ ଭାଙ୍ଗିଥିଲା, ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି’ : କଙ୍ଗନା ରଣାଓ୍ବତ୍‌

Published By : Prameya-News7 Bureau | January 26, 2021 IST

ମୁମ୍ବାଇ ୨୬/୦୧ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କର ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସୀ’ ର ରିଲିଜକୁ ଦୁଇବର୍ଷ ହୋଇଗଲାଣି । ଏହି ଫିଲ୍ମ ରେ ସେ ନିଜେ ନିର୍ଦ୍ଦେଶନା ଦେଇଥିଲେ । କଙ୍ଗନାଙ୍କ ଏହି ଫିଲ୍ମ ୨୫ ଜାନୁଆରୀ, ୨୦୧୯ ରେ ରିଲିଜ୍ ହୋଇଥିଲା ।

ନିକଟରେ କଙ୍ଗନା ଏହି ଫିଲ୍ମର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଅନେକ ଟ୍ୱିଟ୍ କରିଛନ୍ତି । କଙ୍ଗନା ଟ୍ୱିଟର ରେ ୨ଟି ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡିକରେ ସେ ଆଘାତପ୍ରାପ୍ତ ହୋଇଥିବା ଦେଖାଯାଉଛନ୍ତି । ପ୍ରଥମ ଫଟୋରେ କଙ୍ଗନାଙ୍କ ଗୋଡ ପ୍ଲାଷ୍ଟର ହୋଇ ସେ ହ୍ୱିଲ୍ ଚେୟାର ରେ ବସିଥିବା ନଜର ଆସିଥିବା ବେଳେ ଦ୍ୱିତୀୟ ଫଟୋରେ ତାଙ୍କ ମଥାରେ ଆଘାତର ଚିହ୍ନ ଦେଖାଯାଉଛି ।

କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି, ‘ଯେଉଁ ଫିଲ୍ମରେ ମୁଁ ମୋର ଗୋଡ ଭାଙ୍ଗିଥିଲି, ସେଇ ଫିଲ୍ମ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି । ଗୋଟିଏ ଦିନରେ, ମହିଳା କେନ୍ଦ୍ରୀକ ଫିଲ୍ମ ମଧ୍ୟରେ ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଏବଂ ଜାପାନରେ, ଭାରତର ସବୁଠାରୁ ସଫଳ ଫିଲ୍ମ ହୋଇଥିଲା ।’

କଙ୍ଗନା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓର ଆରମ୍ଭ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର ରୁ ହୋଇଛି, ଯେଉଁଥିରେ ସେ ମଣିକର୍ଣ୍ଣିକା ର କାହାଣୀ ଶୁଣାଇଥିଲେ । ଭିଡିଓରେ ଅଙ୍କିତା ଲୋଖଣ୍ଡେ, ସୁରେଶ ଓବରାୟ, ଜିଶୁ ସେନ୍‌ଗୁପ୍ତା, ଅତୁଲ କୁଲକର୍ଣ୍ଣି ଏବଂ ଅନ୍ୟମାନଙ୍କ ସହିତ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାର କାଷ୍ଟ ଦେଖାଯାଇଥିଲା ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଅନେକ ଲୋକ ଏହାକୁ ସର୍ବଶ୍ରେଷ୍ଠ ଐତିହାସିକ ଫିଲ୍ମର ମାନ୍ୟତା ଦେଇଛନ୍ତି, କିନ୍ତୁ ଆମେ ମଣିକର୍ଣ୍ଣିକାର ସମସ୍ତ ଟିମ୍, ମଣିକର୍ଣ୍ଣିକା ରିଟର୍ଣ୍ଣସ୍: ଦ ଲିଜେଣ୍ଡ ଅଫ୍ ରିଦ୍ଦା କୁ ବିଶ୍ୱସ୍ତରୀୟ ଫ୍ରାଞ୍ଚାଇଜ୍ କରିବାକୁ ପ୍ରତିଜ୍ଞା କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.