Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଗତସିଂହପୁରରେ କେନାଲରେ ବୁଡି ଦୁଇ ବର୍ଷର ଶିଶୁର ମୃତ୍ୟୁ

14/09/2018 at 3:20 PM

ଜଗତସିଂହପୁର ୧୪/୯ : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ସାଳିଜଙ୍ଗା ଗାଁରେ କେନାଲରେ ବୁଡି ଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଶାଳୀଜଙ୍ଗା ଗାଁର ଆମୀୟ ଭଞ୍ଜଙ୍କ ପୁଅ ଚନ୍ଦ୍ରଶେଖର । ଶିଶୁଟି ଘର ନିକଟରେ ଖେଳୁଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରେଢୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

   Related Posts