Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାରିଗଲା ଫତେହ : ୧୦୯ ଘଣ୍ଟାର ଅପରେସନ ଫେଲ୍, ବୋରୱେଲରେ ଗଳି ପଡି ଆଖି ବୁଜିଲା ୨ ବର୍ଷର ଶିଶୁ

ପଞ୍ଜାବ ୧୧|୬: ୧୦୯ ଘଣ୍ଟାର ଅପରେସନ । ୧୫୦ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ଶିଶୁ । ହେଲେ ଜୀବନ ଯୁଦ୍ଧରେ ହାରିଗଲା । ଏନଡିଆରଏଫ୍ ଏବଂ ପୁଲିସର ମିଳିତ ଉଦ୍ଧାର କାର୍ଯ୍ୟ ପରେ ବୋରୱେଲ ଗାତରୁ ଫତେହବୀରକୁ ଉଦ୍ଧାର କରାଯାଇଥିଲା | ଗୁରୁତର ଅବସ୍ଥାରେ ଚଣ୍ଡିଗଡ ପିଜିଆଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ଉଦ୍ଧାର କାର୍ଯ୍ୟରେ ଅବହେଳା ନେଇ ଏବେ ଅସନ୍ତୋଷ ଦେଖାଦେଇଛି । ପରିବାର ଏବଂ ସ୍ଥାନୀୟ ଲୋକେ ପ୍ରତିବାଦ କରୁଛନ୍ତି । ପଞ୍ଜାବ ସଙ୍ଗରୁର ଜିଲ୍ଲାର ଭଗବାନପୁରା ଗାଁ ଉପରେ ଥିଲା ନଜର ।

ଜୁନ ୬ ତାରିଖ ଦିନ ୩ବର୍ଷର ଫତେହବୀର ଖୋଲା ବୋରୱେଲ ଗାତରେ ପଡିଯାଇଥିଲା | ବୋରୱେର ଗାର ଚଉଡା ଥିଲା ମାତ୍ର ୯ଇଞ୍ଜ । ଏତେ ସରୁ ଗାତରେ ଫଶି ରହିବା ପରେ ତାକୁ ଉଦ୍ଧାର କରିବା ଥିଲା ମୁସ୍କିଲ । ୩ବର୍ଷର ଫତେବୀରକୁ ବଞ୍ଚାଇବା ପାଇଁ ଏନଡିଆରଏଫ ସହ ସ୍ଥାନୀୟ ପୋଲିସ ଦିନରାତି ଅପରେସନ ଜାରି ରଖିଥିଲେ ।  ହେଲେ ଗାତ ବେଶ ସରୁ ହୋଇଥିବାରୁ ଶିଶୁ ପାଖରେ କେବଳ ଅକ୍ସିଜେନ ହିଁ ପହଂଚିପାରିଥିଲା । ହେଲେ ଖାଦ୍ୟ ଓ ପାଣି ପହଞ୍ଚିପାରିନଥିଲା | ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲା ଫତେହବୀର ।

ଗତକାଲି ଫତେହବୀରଙ୍କ ଜନ୍ମଦିନ ଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା | ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ଖେଳିଯାଇଥିଲା । କିନ୍ତୁ ତା ଅବସ୍ଥା ଗୁରୁତର ହୋଇପଡ଼ିଥିବାରୁ ତାକୁ ବଞ୍ଚା ଯାଇପାରିନଥିଲା । ଉଦ୍ଧାର କାର୍ଯ୍ୟ ପରେ ବି ଜୀବନ ଯୁଦ୍ଧରେ ଜିତିପାରିଲାନି ୨ ବର୍ଷର ଶିଶୁ ଫତେହବୀର ସିଂ | ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବା ନେଇ ଏବେ ପ୍ରଶ୍ନ ଉଠିଛି ।

ଶୁକ୍ରବାର NDRF ଟିମ୍ ଆର୍ଥ ମୁଭିଙ୍ଗ ମେସିନ୍ ଲଗାଇ ୬୦ଫୁଟ ଗାତ ଖୋଳିଥିଲା । ହେଲେ ଏହାପରେ ଉଦ୍ଧାର କାର୍ଯ୍ୟର ପ୍ରକ୍ରିୟା ବଦଳାଇ ଜେସିବି ମେସିନ୍ ରେ ଖୋଳିବା ଆରମ୍ଭ କରିଥିଲା । ଉଦ୍ଧାର କାର୍ଯ୍ୟରେ ମଧ୍ୟ ଅହେତୁକ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।

   Related Posts