୨ବର୍ଷର ଶିଶୁକୁ ହତ୍ୟା କରି ଓ୍ବାଶିଙ୍ଗ ମେସିନର ଡ୍ରାୟରରେ ଲୁଚାଇ ରଖିଥିଲା ପଡ଼ୋଶୀ ମହିଳା : ଗିରଫ

Published By : Prameya-News7 Bureau | December 18, 2019 IST

କପୁରଥାଲା ୧୮/୧୨: ପଞ୍ଜାବର କପୁରଥାଲାରେ ଦୁଇ ବର୍ଷର ଶିଶୁକୁ ଜଣେ ପଡ଼ୋଶୀ ମହିଳା ହତ୍ୟା କରି ଓ୍ବାଶିଙ୍ଗ ମେସିନର ଡ୍ରାୟରରେ ଲୁଚାଇ ଦେଇଛି। ଶିଶୁଟି ଏଠାରେ ମାମୁଁଙ୍କ ବିବାହରେ ଆସିଥିଲା। ଗତକାଲି ଦ୍ବିପ୍ରହରରେ ସେ ତା ଭାଇଙ୍କ ସହ ଖେଳିବାକୁ ବାହାରେ ବାହାରିଥିଲା। ପରିବାର ଲୋକେ ସିସିଟିଭିରେ ନଜର ଆସିଥିବା ପଡ଼ୋଶୀ ମହିଳାକୁ ସନ୍ଦେହ କରିଥିଲେ। କେଉଁ କାରଣ ଯୋଗୁଁ ମହିଳା ଶିଶୁକୁ ହତ୍ୟା କରିଥିଲେ ଏହା ବିଷୟରେ ଖୋଳତାଡ଼ ହେଉଥିଲା।

ଘଟଣାଟି ଘଟିଛି କପୁରଥାଲା ଜିଲ୍ଲାର ଖୁଖରୈନ ଗାଁରେ। ସୁଲତାନପୁର ଲୋଧୀର ଫରିସରାଁ ଗାଁ ବାସିନ୍ଦା ରଣଜିତ ସିଂହ କହିଥିଲେ ଯେ ତାଙ୍କ ୨ବର୍ଷର ପୁଅ ଅଧିରାଜ ଗତକାଲି ସାଢ଼େ ୧୨ଟାରେ ଭାଇ ସହ ଖେଳିବା ପାଇଁ ବାହାରକୁ ବାହାରିଥିଲା। ଏହା ପରଠୁ ସେ ନିଖୋଜ ହୋଇ ଯାଇଥିଲା। ସିସିଟିଭି ଫୁଟେଜରେ ଅଧିରାଜ ପଡ଼ୋଶୀ ମହିଳା ରାଜ କୌର ଘର ଆଡ଼କୁ ଯାଇଥିବାର ପୋଲିସ ଦେଖିଥିଲା କିନ୍ତୁ ସେ ସେଠାରୁ ଆଉ ଫେରିନଥିଲା। ଖୋଜାଖୋଜି ପରେ ଅଧିରାଜଙ୍କ ଶବ ଓ୍ବାଶିଙ୍ଗ ମେସିନର ଡ୍ରାୟରରୁ ମିଳିଥିଲା। ରାଜ କୌର ସମେତ ୨ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

ପୋଲିସଙ୍କ କହିବା ଅନୁସାରେ ପ୍ରଥମେ ରାଜ କୌର ଘର ଯାଞ୍ଚ ପାଇଁ ମନା କରି ଦେଇଥିଲା। ସେ ପୋଲିସକୁ ଲୁଗା ଶୁଖାଉଛି ବୋଲି କହିଥିଲା। ମହିଳା କମ୍ବଳରେ ଘୋଡ଼ା ହୋଇଥିବା ଓ୍ବାଶିଙ୍ଗ ମେସିନ ଉପରେ ହାତ ରଖି ଠିଆ ହୋଇଥିଲା। ପୋଲିସର ସନ୍ଦେହ ହେବାରୁ ଓ୍ବାଶିଙ୍ଗ ମେସିନର ଡ୍ରାୟର ଖୋଲିଥିଲା। ଏହା ପରେ ଡ୍ରାୟରରେ ଲୁଚାଇ ରଖାଯାଇଥିବା ଅଧିରାଜର ଶବକୁ ପୋଲିସ୍ ଜବତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.