୨୫ ଫୁଟର ବୋରୱେଲ ଭିତରେ ୨ ବର୍ଷର ଶିଶୁ : ଉଦ୍ଧାର କାର୍ଯ୍ୟ ଜାରି
26/10/2019 at 2:59 PM

ତିରୁଚିରାପାଲ୍ଲୀ ୨୬|୧୦: ବୋରୱେଲ ଭିତରେ ଶିଶୁ । ୨୫ ଫୁଟର ପରିତ୍ୟକ୍ତ ବୋରୱେଲରେ ଖସିପଡିଥିବା ୨ ବର୍ଷର ଶିଶୁକୁ ଉଦ୍ଧାର ପାଇଁ ଆପ୍ରାଣ ଉଦ୍ୟମ ଚାଲିଛି । ତାମିଲନାଡୁ ତିରୁଚିରାପାଲ୍ଲୀ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ପିଲାଟି ଖେଳୁଥିବା ବେଳେ ବୋରୱେଲ ଭିତରକୁ ଖସିପଡିଥିଲା । ତେବେ ବୋରୱେଲ ଭିତର ଖସିପଡିଥିବା ୨ ବର୍ଷର ଶିଶୁ ସୁଜିତ୍ ୱବିଲସନକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ଉଦ୍ଧାରକାରୀ ଦଳ ।