ନିଶାଶକ୍ତ ଯୁବକର ଅମାନବୀୟ କାଣ୍ଡ; ୨ ବର୍ଷର ଶିଶୁ ସହ ଦୁଷ୍କର୍ମ କରି ଛାଡିଦେଲା ରେଳ ଧାରଣାରେ

Published By : Prameya-News7 Bureau | November 18, 2018 IST

ଦିଲ୍ଲୀ ୧୮/୧୧ : ଦିଲ୍ଲୀରେ ପୁଣି ଦେଖିବାକୁ ମିଳିଛି ଲଜ୍ଜା | ଜଣେ ୨ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଜଣେ ନିଶାଶକ୍ତ ୨୪ ବର୍ଷ ବୟସ୍କ ଯୁବକ | ଉତ୍ତର ଦିଲ୍ଲୀର ଏକ ଫୁଟପାଥରେ ଏକ ୨ ବର୍ଷ ବୟସ ଶିଶୁ ତା ମା ସହ ଶୋଇଥିବାବେଳେ ଜଣେ ୨୪ ବର୍ଷ ବୟସ୍କ ଯୁବକ ତାକୁ ଟେକି ନେଇଥିଲା | ଉକ୍ତ ଯୁବକ ନିଶାଶକ୍ତ ଅବସ୍ଥାରେ ଶିଶୁ ସହ ଦୁଷ୍କର୍ମ କରି ଶିଶୁକୁ ରେଳ ଧାରଣାରେ ଛାଡି ଚାଲିଯାଇଥିଲା | ଆଜି ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି | ସୂଚନାଯୋଗ୍ୟ ଯେ, ଗତ ରାତି ପ୍ରାୟ ୨ଟା ବେଳେ ଶିଶୁର ମା ନିଜ ଝିଅକୁ ପାଇନଥିଲେ | ସେ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ | ସକାଳେ ୧୦ଟା ବେଳେ ସେ ଝିଅର ନିଖୋଜ ଥିବା ନେଇ ପୋଲିସରେ ଏତଲା ଦେଇଥିଲେ | ଅପରାହ୍ନରେ ପୋଲିସ ଖବର ପାଇଥିଲା ଯେ, ଏକ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି | ପୋଲିସ ହସ୍ପିଟାଲରେ ଯାଇ ପହଞ୍ଚିଥିଲା | ତେବେ ସେହି ଶିଶୁଟି ମହିଳାଙ୍କ ନିଖୋଜ ଥିବା ଶିଶୁ ବୋଲି ଜଣାପଡିଥିଲା | ଶିଶୁର ଡାକ୍ତରୀ ମାଇନା ପରେ ଜଣାପଡିଥିଲା ଯେ, ଶିଶୁ ସହ ଦୁଷ୍କର୍ମ କରାଯାଇଛି | ଏହା ପରେ ଅଭିଯୁକ୍ତ ତାକୁ ରେଳ ଧାରଣା ପାଖରେ ଛାଡି ଚାଲିଯାଇଥିଲା | ଶିଶୁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛି | ଘଟଣା ପରେ ପୋଲିସ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା | ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା | ଅଭିଯୁକ୍ତ ଦୁଷ୍କର୍ମକାରୀ ବାହାଘର ଶୀଜନରେ ୱେଟର କାମ କରେ | ତେବେ ୩ ମାସ ପୂର୍ବରୁ ସେ ଚୋରି ଅଭିଯୋଗରେ ଗିରଫ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.