Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

୨ ବର୍ଷରୁ ଅଧିକ ବୟସର ଶିଶୁ ଘର ବାହାରେ ମାସ୍କ ପିନ୍ଧିବା ଉଚିତ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ

14/05/2021 at 2:50 PM

ଭୁବନେଶ୍ୱର, ୧୪/୦୫ :  ରାଜ୍ୟରେ କରୋନା ଭାଇରସର ମାମଲା ବଢିବାରେ ଲାଗିଛି । ଶୁକ୍ରବାର ସର୍ବାଧିକ ୧୨୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷରୁ ଅଧିକ ବୟସର ପିଲା ଘରୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାର କହିଛନ୍ତି । ଇଣ୍ଡିଆନ ଆକାଡେମୀ ପେଡିଆଟ୍ରିକସ୍‌ର ପରାମର୍ଶ ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖି କହିଛି ଯେ, ଶିଶୁ, କିଶୋର, ସ୍ତନ୍ୟପାନ କରୁଥିବା ମହିଳା ଓ ଗର୍ଭବତୀ ମହିଳା ଘରୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ । କୌଣସି ବୟସର ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନରେ ରଖାଯିବାର ବ୍ୟବସ୍ଥା ହେଉ । ଥଣ୍ଡା, କାସ, ଜ୍ୱର, ବାନ୍ତି ଓ ପେଟ କାଟିବା ଆଦି କରୋନା ଲକ୍ଷଣ ହୋଇପାରେ । ଏପରି ମାମଲା ଦେଖାଗଲେ ଶିଶୁ, କିଶୋର, ସ୍ତନ୍ୟପାନ କରୁଥିବା ମହିଳା ଓ ଗର୍ଭବତୀ ମହିଳା ସନ୍ଦିଗ୍ଧ କରୋନା ଆକ୍ରାନ୍ତ ହୋଇପାରନ୍ତି ।

ଅନ୍ୟ ଦିଗରେ ରାଜ୍ୟ ସରକାର ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଯୋଜନା କରୁଛନ୍ତି ଯେଉଁମାନଙ୍କ ପ୍ରତି ଅଧିକ ବିପଦ ରହିଛି । ଯେଉଁମାନଙ୍କ ପାଖରେ ପରିଚୟ ପତ୍ର ନାହିଁ ସେମାନଙ୍କୁ ମଧ୍ୟ ଟିକା ଦିଆଯିବ । ପରିଚୟପତ୍ର ଅଭାବରୁ ଟିକା ନେବାକୁ କେହି ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଅତିରିକ୍ତ ଶାସନ ଶଚିବ ପ୍ରଦୀପ୍ତ ମହାପାତ୍ର । ଏହାସହ ମାନସିକ ସ୍ୱାସ୍ଥ୍ୟକେନ୍ଦ୍ର, ବୃଦ୍ଧାଶ୍ରମ ଓ ଭିକାରୀମାନେ ମଧ୍ୟ ଟିକାକରଣରେ ସାମିଲ ହେବେ ।

   Related Posts