୬ ହଜାର ଫୁଟ ଉଚ୍ଚରେ ଦୋଳି ଖେଳୁଥିଲେ ଦୁଇ ମହିଳା, ହଠାତ ଛିଣ୍ଡିଗଲା ଚେନ…

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୦୭ : ସୋସିଆଲ ମିଡ଼ିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇଜଣ ମହିଳା ପାହାଡ ନିକଟରେ ଦୋଳି ଝୁଲୁଚନ୍ତି ଏବଂ ଅଚାନକ ଦୋଳି ଭାଙ୍ଗିଯାଇଛି। ଏହି ପାହାଡ ୬୩୦୦ ଫୁଟ ଉଚ୍ଚରେ ଅବସ୍ଥିତ। ହଠାତ୍ ଦୋଳିର ଚେନ ଭାଙ୍ଗିଯିବା ପରେ ଏହି ସବୁ ଘଟିଗଲା।

ଘଟଣା ଋଷର ଦାଗୀସ୍ତାନର। ଟ୍ୱିଟରରେ ଏହାକୁ 'ରାଣ୍ଡମ ଅଙ୍କଲ' ନାମକ ଜଣେ ୟୁଜର ସେୟାର କରିଛନ୍ତି। ଏଠାରେ ଅବସ୍ଥିତ ସୁଲାକ୍ କେନିୟନ୍ ର ଉଚ୍ଚ ପାହାଡ ଉପରେ ନିର୍ମିତ ଦୋଳି ଚାରିପାଖରେ ଅନେକ ଲୋକ ଏକାଠି ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦୁଇଜଣ ମହିଳା ଦୋଳିରେ ବସି ଏହାର ଆନନ୍ଦ ଅନୁଭବ କରୁଥିଲେ। ଉଭୟ ମହିଳା ଆରାମରେ ଦୋଳି ଝୁଲୁଥିଲେ।

wp:embed {"url":"https://twitter.com/Random_Uncle_UK/status/1415209072090042372","type":"rich","providerNameSlug":"twitter","responsive":true,"className":""}
https://twitter.com/Random_Uncle_UK/status/1415209072090042372
/wp:embed

ଜଣେ ବ୍ୟକ୍ତି ତାଙ୍କୁ ପଛ ପଟରୁ ଠେଲି ଝୁଲାଇ ଦେଉଥିଲେ। ତା’ପରେ ହଠାତ୍ ଦୋଳିର ଏକ ଚେନ ଭାଙ୍ଗିଯାଇଥିଲା। ଦୁଇ ମହିଳା ପାହାଡ ଶିଖର ଧାର ଆଡକୁ ଖସିପଡିଥିଲେ। ଉଭୟ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ଭିଡିଓରେ ଦର୍ଶାଯାଇଛି। ତେବେ ଉଭୟେ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାନୁସାରେ, ଉଭୟ ମହିଳା ପଡ଼ିବା ମାତ୍ରେ ଲୋକମାନେ ସେମାନଙ୍କୁ ଧରିଦେଇଥିଲେ ଏବଂ ଦୁହେଁ ବଞ୍ଚିଯାଇଥିଲେ। 'ଡେଲି ମେଲ'ର ଏକ ରିପୋର୍ଟରେ ଏହି ଘଟଣା ଉଲ୍ଲେଖ କରାଯାଇଛି। କୁହାଯାଇଛଇ ଯେ ଜଣେ ଅଧିକାରୀ କହିଛନ୍ତି ଯେ ମହିଳାମାନେ ଭୟଭୀତ ଅଛନ୍ତି ଏବଂ ସେମାନଙ୍କୁ କିଛି ଆଘାତ ମଧ୍ୟ ଲାଗିଛି।

ଅନ୍ୟପକ୍ଷରେ ସ୍ଥାନୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ ଦୋଳି ସୁରକ୍ଷିତ ନଥିଲା ତେଣୁ ଏହି ଦୁର୍ଘଟଣା ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଭବିଷ୍ୟତରେ ଏପରି ବିପଦ ନହେବା ପାଇଁ ଉଦ୍ୟମ କରାଯାଉଛି। ଏଥିସହ ଏହି ଘଟଣାର ଯାଞ୍ଚ ମଧ୍ୟ କରାଯାଉଛି। ଭିଡିଓଟି ଏଠାରେ ଦେଖନ୍ତୁ …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.