ବିଦ୍ୟୁତ ଆଘାତରେ ଦୁଇ ଯା ମୃତ

Published By : Prameya-News7 Bureau | September 19, 2018 IST

ଭୁବନେଶ୍ୱର ୧୯/୯ : ଭୁବନେଶ୍ୱର ୟୁନିଟ-୯ ବାୟାବାବା ମଠ ଗଳିରେ ଗୋଟିଏ ପରିବାରର ଦୁଇ ଯା ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି । ପ୍ରଥମେ ଜଣେ ମହିଳା ଜ୍ୟୋତ୍ସ୍ନା ବେହେରା ଲୁଗା ସୁଖାଇବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବା ଧାଇଁଯାଇଥିଲେ ଯା’ ପ୍ରତିମା ବେହେରା । ଆଉ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଆର୍ଥିଂ ତାରରେ ଲୁଗା ସୁଖାଇବାକୁ ଯାଇ ଅସାବଧାନତା ଯୋଗୁଁ ଅକାଳରେ ଚାଲିଯାଇଛି ଦୁଇ ଦୁଇଟି ଜୀବନ । ଘଟଣାସ୍ଥଳରେ ସହିଦ ନଗର ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.