Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଭାଙ୍ଗିଲା ୪୦ ବର୍ଷର ରେକର୍ଡ : ଇତିହାସରେ ପ୍ରଥମଥର ପାଇଁ ସାଵରୀମାଳା ମନ୍ଦିରରେ ପ୍ରବେଶ କଲେ ୫୦ ବର୍ଷରୁ କମ ୨ଜଣ ମହିଳା

2/01/2019 at 9:55 AM

କୋଚି ୨/୧ : ଭାଙ୍ଗିଲା ୪୦ ବର୍ଷର ରେକର୍ଡ | ଇତିହାସରେ ପ୍ରଥମଥର ପାଇଁ ସାଵରୀମାଳା ମନ୍ଦିରରେ ପ୍ରବେଶ କଲେ ୨ଜଣ ମହିଳା |କେରଳର ସାଵରୀମାଳା ମନ୍ଦିରରେ ୧୦ ବର୍ଷ ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଥିଲା | ଗତବର୍ଷ ସୁପ୍ରିମକୋର୍ଟ ଏନେଇ ରାୟ ପ୍ରକାଶ କରିଥିଲେ ଯେ, ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ | କିନ୍ତୁ ଲୋକେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ମଧ୍ୟ ଅବମାନନା କରିଥିଲେ | ଆଜି ସାଵରୀମାଳାରେ ଦେଖାଦେଇଛି ଏକ ଅଦ୍ଭୁତ ଦୃଶ୍ୟ |

ସୂଚନାଯୋଗ୍ୟ ଯେ, ଆଜି ୫୦ ବର୍ଷରୁ କାମ ବୟସ୍କ ଦୁଇଜଣ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି | ପାଖାପାଖି ୪୦ ବର୍ଷ ବୟସ୍କ ଦୁଇ ଜଣ ମହିଳା ଗତକାଲି ରାତିରେ ମନ୍ଦିର ଆଡକୁ ଗତି କରିବା ଆରମ୍ଭ କରିଥିଲେ | ଭୋର ପ୍ରାୟ ୩ଟା ବେଳେ ଉଭୟ ମହିଳା ମନ୍ଦିର ପାଖେ ପହଂଚିଥିଲେ | ମହିଳାଙ୍କ ମଧ୍ୟରୁ ଜଣକ ନା ବିନ୍ଦୁ ଏବଂ ଅନ୍ୟ ଜଣକ ନାଁ କନକଦୁର୍ଗା | ଉଭୟ ମହିଳାଙ୍କ ସହ ପୋଲିସ କର୍ମୀ ରହିଥିଲେ | କିଛି ପୋଲିସ କର୍ମୀ ୟୁନିଫର୍ମ ପିନ୍ଧିଥିଲେ, କିଛି ପୋଲିସକର୍ମୀ ସିଭିଲ ଡ୍ରେସରେ ଥିଲେ | ପୋଲିସ ଉପସ୍ଥିତିରେ ଉଭୟ ମହିଳା ଭଗବାନଙ୍କୁ ଦର୍ଶନ କରିଛନ୍ତି |


ତେବେ ଆୟାପ୍ପା ଧର୍ମ ସେନା ମୁଖ୍ୟ ରାହୁଲ ଈଶ୍ବର କହିଛନ୍ତି ଯେ, ସେ ଏହାକୁ ଠିକ ବୋଲି ଭାବୁନାହାନ୍ତି | ତାଙ୍କ କହିବାନୁଯାୟୀ ମହିଳାମାନେ ଭୁଲ କରିଛନ୍ତି | ଉଭୟ ମହିଳା ଗୁପ୍ତ ଭାବେ ମନ୍ଦିରରେ ପ୍ରବେଶ କରିଥିବେ ଏବଂ ଆୟାପ୍ପାଙ୍କ ଦର୍ଶନ କରିଥିବେ | ସଠିକ ଖବର ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି |

   Related Posts