ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର: ଦୃଢ କାର୍ଯ୍ୟାନୁଷ୍ଠାନ ସହ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି

Published By : Prameya-News7 Bureau | March 04, 2021 IST

ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି, ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୨ ଜଣ ମହିଳା । ଝାରସୁଗୁଡା ଲଖନପୁରର କୁହାକୁଣ୍ଡା ଓ ନାଚେନମୁରାରୁ ଆସିଛି ଏଭଳି ଅଭାବନୀୟ ଖବର । ଜଣେ ମହିଳାଙ୍କ ଅସ୍ତ୍ରୋପଚାର ବେଳେ ଡାକ୍ତର ତାଙ୍କ ଖାଦ୍ୟନଳୀ କାଟିଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।  ସେହିପରି ସ୍ଥାନୀୟ ନାଚେନମୁରାର ଅନ୍ୟ ଜଣେ ମହିଳାଙ୍କ ଷ୍ଟିଚ୍ ଖୋଲିବା ପରେ ତାଙ୍କର ପୁଣି ଥରେ ଅପରେସନ୍ କରିବାକୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଲେ ଡାକ୍ତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ।  ଡାକ୍ତରଙ୍କ  ବେପରୁଆ କାମ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ  ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସେହି ଡାକ୍ତର ବହନ କରିବାକୁ ଦାବି ଜୋର ଧରିଛି । ଗତ ମଙ୍ଗଳବାର କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଯୋଗଦେଇଥିଲେ । ଆଉ ଏବେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା

{"id":417935,"sizeSlug":"large","linkDestination":"none"}

ସେହି ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ତ୍ରୁଟି  | ଗତ ୨୩ ତାରିଖରେ ଲଖନପୁର ସିଏଚସିରେ ଆୟୋଜିତ ପରିବାର ନିୟୋଜନ ଶିବିରରେ ଅସ୍ତ୍ପୋପଚାର କରାଇଥିଲେ ସ୍ଥାନୀୟ ନାଚେନମୁରା ଗାଁର ଅରୁଣା ଗୁପ୍ତା ।

ଅସ୍ତ୍ରୋପଚାର ପରେ ଷ୍ଟିଚ ଖୋଲିବାର ଅଧଘଣ୍ଟା ମଧ୍ୟରେ ଅନ୍ତଃନଳି ବାହାରି ପଡିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି  ରହିଛି ।

ଡାକ୍ତରଙ୍କ ତ୍ରୁଟି କିନ୍ତୁ ଭୋଗୁଛନ୍ତି ଦୁଇ ମହିଳା । କିଭଳି ଏହି ଦୁଇ ମହିଳା ସୁସ୍ଥ ହେବେ ତାହା ସବୁଠୁ ପ୍ରାଥମିକତା । ଏପଟେ ତ୍ରୁଟିପୂର୍ଣ୍ଣ ଅପରେସନ କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.