ବିବାହ ନୁହେଁ କର୍ତ୍ତବ୍ୟ ବଡ: କରୋନା ମୁକାବିଲା ପାଇଁ ବାହାଘର ଘୁଞ୍ଚାଇଲେ ୨ ମହିଳା ପୋଲିସ କର୍ମୀ

Published By : Prameya-News7 Bureau | April 21, 2020 IST

ସୁନ୍ଦରଗଡ, ୨୧|୦୪:  ବିବାହ ଅପେକ୍ଷା କର୍ତ୍ତବ୍ୟ ହିଁ ବଡ । ଏହି ଘଡିସନ୍ଧି ମୁହୂର୍ତ୍ତରେ କର୍ତ୍ତବ୍ୟ ପାଳନ କରିବା ହିଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି ୨ଜଣ ପୋଲିସ ଅଧିକାରୀ । ଯେତେବେଳେ ପୋଲିସ ବିହାନୀ ସମ୍ମୁଖ ଯୋଦ୍ଧା ଭାବେ କରୋନା ଭାଇରସର ମୁକାବିଲା କରୁଛି ସେହି ସମୟରେ ସୁନ୍ଦରଗଡ ଜିଲ୍ଲାର ୨ଜଣ ମହିଳା ପୋଲିସ କର୍ମୀ ନିଜ ବିବାହ ଘୁଞ୍ଚାଇ ଦେଇଛନ୍ତି ।ଏହାସହ ଲକଡାଉନ ସମୟରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ହୋମଗାର୍ଡ ତିଳୋତ୍ତମା ମେହେର ଏପ୍ରିଲ ୧୨ ତାରିଖରେ ବିବାହ କରିବେ ବୋଲି ଦିନ ଧାର୍ଯ୍ୟ ହୋଇଥିଲା । ସେହିପରି କନଷ୍ଟେବଳ ସୁନିତା ଆଧାଙ୍କ ବିବାହ ଏପ୍ରଲି ୨୫ ତାରିଖରେ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଉଭୟ ନିଜ ବିବାହକୁ ଘୁଞ୍ଚାଇ ଦେଇଛନ୍ତି । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।ତିଳୋତ୍ତମା କର୍ତ୍ତବ୍ୟ ପାଳନ ପାଇଁ ନିଜ ବିବାହ ଘୁଞ୍ଚାଇ ଥିବା ବେଳେ ବୀରମିତ୍ରପୁରରେ କାର୍ଯ୍ୟରତ ସୁନିତା ସ୍ଥାନୀୟ ଅଞ୍ଚଳରେ ଯେପରି କରୋନା ନବ୍ୟାପୁ ସେନେଇ ବିବାହ ଘୁଞ୍ଚାଇ ଦେଇଛନ୍ତି । ଏନେଇ ଡିଜିପି ସେମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରେ ଏକ ଫଟୋ ପୋଷ୍ଟ କରିଥିଲେ । ହଜାର ହଜାର ପୋଲିସ କର୍ମୀ ନିଜ ପରିବାରକୁ ପଛରେ ପକାଇ ଜୀବନକୁ ବାଜି ଲଗାଇ ଜନତାଙ୍କ ସେବା କରୁଛନ୍ତି । ଏହାସହ ଦୃଢ ଭାବେ କରୋନା ଭାଇରସର ମୁକାବିଲା ମଧ୍ୟ କରୁଛନ୍ତି । ସେମାନଙ୍କୁ ସମ୍ମାନ ଦେବା ପାଇଁ ସାମାଜିକ ଦୂରତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.