ବାର୍‌ରେ ଚେୟାର ପାଇଁ ହାତାହାତି ହେଲେ ୨ ମହିଳା, ଜଣେ ଅନ୍ୟ ଜଣଙ୍କର ମୁଣ୍ଡ ଫଟାଇଦେଲେ, ଏବେ ଉଭୟ ଯିବେ ଜେଲ୍

Published By : Prameya-News7 Bureau | January 10, 2021 IST

ଲଣ୍ଡନ,୧୦/୦୧:  ବାର୍‌ରେ ହାତାହାତି ହେଲେ ୨ ମହିଳା । ପରସ୍ପର ଉପରେ ଫିଙ୍ଗିଲେ କାଚ ଗ୍ଲାସ । ରକ୍ତାକ୍ତ ମଧ୍ୟ ହେଲେ । ଏହି ଘଟଣାରେ ଉଭୟ ମହିଳାଙ୍କୁ କୋର୍ଟ ଜେଲଦଣ୍ଡ ଶୁଣାଇଛନ୍ତି । କିରକିଡାଲେର ଦି କ୍ଲକ୍ ପବରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାନୁସାରେ,  କ୍ଲେୟାର ବିରେନ୍ ଓ ପାଉଲା ବ୍ରିନ୍ ନାମକ ୨ ଜଣ ମହିଲା ଦି କ୍ଲକ୍ ବାରକୁ ଶୁକ୍ରବାର ରାତି ୧୦ଟା ୩୦ରେ ଆସିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ।ଏହା ଧିରେଧିରେ ଉଗ୍ରରୂପ ଧାରଣ କରିଥିଲା । କଥା ହାତାହାତି ଯାଏଁ ଯାଇଥିଲା । ଏହାପରେ ଉଭୟ ଧରିଥିବା କାଚ ଗ୍ଲାସରେ ପରସ୍ପରକୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ । ଏହି ସମସ୍ତ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଏନେଇ ସେମାନେ ଲିଭରପୁଲ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ବ୍ରିନଙ୍କୁ ୧୦ ମାସ ଓ ବିରେନଙ୍କୁ ୧୨ ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଗ୍ଲାସକୁ ଅସ୍ତ୍ର ଭାବେ ବ୍ୟବହାର କରିଥିବାରୁ ଏହି ଦଣ୍ଡ ଦିଆଯାଇଥିବା ଜଜ୍ ଗ୍ୟାରୀ ଉଡହାଲ୍ କହିଛନ୍ତି ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବ୍ରିନ୍ ଏକ ଟେବୁଲରେ ବସିଥିଲେ । ବିରେନ୍ ସେହି ଟେବୁଲରୁ ଏକ ଚେୟାର ନେବାକୁ ଉଦ୍ୟମ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ । ପରେ ଉଭୟ. ପରସ୍ପରକୁ ଗ୍ଲାସରେ ଆକ୍ରମଣ କରିଥିଲେ । ଏବେ କୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.