ପୋଖରୀରେ ବୁଡି ଜୀବନ ହାରିଲେ ୨ ମହିଳା

Published By : Prameya-News7 Bureau | June 16, 2020 IST

ବେତନଟୀ, ୧୬|୦୬:   ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୋରଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଅଞ୍ଚଳର ଦୁଇ ଜଣ ମହିଳା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ଆଜି ଦିନବେଳେ ଦୁଇ ଜଣ ମହିଳା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ସେମାନଙ୍କ ଗୋଡ ଖସି ଯାଇଥିଲା । ଫଳରେ ଉଭୟ ପାଣିରେ ବୁଡିଯାଇଥିଲେ ।  ତେବେ ମୃତକ ମହିଳା ଦ୍ୱୟ ମାକୁନ୍ଦ ଗ୍ରାମର ସାଲଗେ  ହାଁସଦା ଓ ଯମୁନା ହାଁସଦା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.