୯୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

Published By : Prameya-News7 Bureau | August 14, 2020 IST

ବାଲିପାଟଣା, ୧୪|୦୮ :  ଖୋର୍ଦ୍ଧା ଜିଲ୍ଲା  ବାଲିଅନ୍ତା ଥାନା ମହାତ୍ମା ଗାନ୍ଧି ସେତୁ ଉପରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି ।

ଗିରଫ ଦୁଇ ମଦ ବେପାରୀ ହେଲେ କଟକ ସଦର ଥାନା ଇଶ୍ଵରପୁର ଗ୍ରାମର ସମରେନ୍ଦ୍ର ସାହୁ ଏବଂ ବାଲିଅନ୍ତା ଥାନା ଜୟରଶାସନ ଗ୍ରାମର ଅଶୋକ ଦାସ । ଏକ ଓଆର ୦୫-ଏକ୍ସ-୦୯୨୭ ନମ୍ବର ବିଶିଷ୍ଟ ଇଣ୍ଡିକା କାରରେ ବିଦେଶୀ ମଦ ଯାଉଥିବା ବାଲିଅନ୍ତା ପୋଲିସ୍ ଜାଣିବାକୁ ପାଇଥିଲା । ପୂର୍ବ ଯୋଜନା ଅନୁଯାୟୀ  ମହାତ୍ମାଗାନ୍ଧି ସେତୁ ଉପରେ କାର୍  ଅଟକାଇ ସର୍ଚ୍ଚ ବେଳେ ପ୍ରାୟ ୯୮ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଥିଲା । ଉକ୍ତ କାର୍ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାଲିଅନ୍ତା ପୋଲିସ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.