ଭାଲୁ ଆକ୍ରମଣରେ ୨ ଗୁରୁତର

Published By : Prameya-News7 Bureau | August 10, 2018 IST

ନୂଆପଡା ୧୦/୮ : ଭାଲୁ ଆକ୍ରମଣରେ ନୂଆପଡା ଜିଲ୍ଲାରେ ୨ ଗୁରୁତର ହୋଇଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକ ଲର୍କି ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି | ୨ ଜଣଙ୍କୁ କାମୁଡି ଭଳି ଗୁରୁତର କରିଛି | ଗୁରୁତର ୨ ଜଣ ହେଲେ ଲର୍କି ଗ୍ରାମର ୟାଦ ବିଶ୍ବାଲ (୬୦ ବର୍ଷିୟ ବୃଦ୍ଧା ଓ ନିବାସ ନିଆଲ,୪୦ ବର୍ଷିୟ ଯୁବକ | ୨ ଗୁରୁତରଙ୍କୁ ପ୍ରଥମେ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ | ପରେ ସେମାନଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ସକାଳୁ ଶୌଚ ପାଇଁ ପାଖ ଜଙ୍ଗଲ ପଟେ ଯାଇଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟଙ୍କୁ ଆକ୍ରମଣ କରିଥିଲା ଭାଲୁ । ବୃଦ୍ଧାଙ୍କ ବାମ ଗୋଡ ଓ ଯୁବକଙ୍କ ବାମ ହାତକୁ ଆକ୍ରମଣ କରି ଖଣ୍ଡିଆ କରିଦେଇଛି ଭାଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.