ସାତକୋଶିଆ ଅଭୟାରଣ୍ୟର ୨ଟି ଗାଁ ଜଳମଗ୍ନ ; ବାହ୍ୟ ଜଗତରୁ ବିଛିନ୍ନ ୨୦୦ ପରିବାର

Published By : Prameya-News7 Bureau | August 31, 2018 IST

ଅନୁଗୁଳ ୩୧/୮ : ମହାନଦୀରେ ପାଣି ଖସିଛି ସତ କିନ୍ତୁ ସାତକୋସିଆ ଅଭୟାରଣ୍ୟରେ ଥିବା ଗଇଁଦି, ବହେରାସାହି ଏବେବି ପାଣି ଘେରରେ ରହିଛି । ମହାନଦୀରେ ପାଣି ଆସିବା ପରେ ଏବେ ଜଳବନ୍ଦି ଅବସ୍ଥାରେ ଅଛନ୍ତି ପାଖାପାଖି ୨୦୦ ପରିବାର । ରାସ୍ତା ଉପରେ ୫ ଫୁଟର ପାଣି ଚାଲୁଥିବାରୁ ସେହି ରାସ୍ତା ଦେଇ ଯାତାୟାତ ହୋଇ ପାରୁନାହିଁ । କିଛି ଲୋକ ଡଙ୍ଗାର ସହାୟତା ନେଇ ଯାତାୟତ କରୁଛନ୍ତି । କିଛି ଲୋକ ପାହାଡ ଉପରେ ଯାତାୟତ କରୁଛନ୍ତି । ଅନେକ ଚାଷ ଜମି ଏବେ ମଧ୍ୟ ଜଳମଗ୍ନ ରହିଛି । ମହାନଦୀରେ କୁମ୍ଭୀର ଥିବା ଯୋଗୁଁ ପାଣି ଭିତରକୁ ଗାଁ ଲୋକ ଯିବାକୁ ଡରୁଛନ୍ତି । ଅପରପକ୍ଷରେ ଘରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ଚାଉଳ. ଚିନି, ଅଟା, କିରୋସିନ ଆଳୁ ବାଇଗଣ ଆଦି ସରଂଜାମ ସବୁର ଅଭାବ ଦେଖା ଦେଲାଣି । ଏପଟେ ହାତୀ, ବାଘ, କୁମ୍ଭୀର ଭୟରେ ଲୋକମାନେ ଭୟଭୀତ ଅଛନ୍ତି । ତେଣୁ ମହାନଦୀର ପାଣି ଖସିବାକୁ ଚାହିଁ ବାସିଛନ୍ତି ଗାଁ ଲୋକ । ତେବେ ଜିଲ୍ଲା ପ୍ରଶାସନର କହିବା କଥା ଆମେ ସଜାଗ ରହିଛୁ । ପାଣି ଗାଁ ପାଖରେ ଲାଗିଛି । ଯଦି ଆବଶ୍ୟକ ପଡେ ତେବେ ନିଶ୍ଚିତ ସହାୟତା ଯୋଗାଇ ଦିଆଯିବ । ପ୍ରଶାସନିକ ଅଧିକାରୀମାନେ ଗାଁକୁ ବୁଲି ଦେଖି ସାରିଛନ୍ତି । ସଜାଗ ମଧ୍ୟ ଅଛନ୍ତି । ତେବେ ପରିସ୍ଥିତି ଦେଖି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅନୁଗୁଳ ଏଡିଏମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.