ବଢି ଚାଲିଛି କୋଭିଡ ସଂକ୍ରମଣ, ଦୁଇଟି ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

Published By : Prameya-News7 Bureau | May 29, 2021 IST

ଢେଙ୍କାନାଳ, ୨୯/୦୫ : ଢେଙ୍କାନାଳ ଜିଲ୍ଲାରେ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରିକି ଆଜି ଜିଲ୍ଲାରେ ୨୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତ ସଂଖ୍ୟା ୧୨ହଜାର ୩୫୮ରେ ପହଂଚିଛି ।

ଏପରିକି ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩୬ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏପରି ସ୍ଥଳେ ଆଜି ହିନ୍ଦୋଳ ବ୍ଲକର ନିମବାହାଳିରୁ ୩୯ଜଣ ଓ ଓଡ଼ପଡା ବ୍ଲକର ଘୋଡାଡିଆଁ ଗ୍ରାମରୁ ୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଫଳରେ ଉକ୍ତ ଗ୍ରାମ ଦୁଇଟିକୁ ଆଜିଠାରୁ ଆସନ୍ତା ଜୁନ ୫ ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ସୂଚନା ଥାଉକି, ହିନ୍ଦୋଳ ବ୍ଲକର ଅଧିକାଂଶ ଗ୍ରାମକୁ କରୋନା କବଳିତ କରି ସାରିଛି ।  ଏହି ଦୁଇ ଗ୍ରାମର ପ୍ରବେଶପଥକୁ ବାଉଶଁ ବାଡରେ ସିଲ କରିଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ବାଦ ଦେଲେ ନିମବାହାଳି ଓ ଘୋଡାଡାଆଁ ଗ୍ରାମକୁ ଲୋକଙ୍କ ଯିବାଆସିବା ଓ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.